ଅମର ଜେନାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ |

90

କଟକ (ଉତ୍କଳ ନ୍ୟୁଜ ) ୧୨ -୦୨-୨୦୨୫ ; ଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ପାଟଣାସାହି ଗ୍ରାମର ପ୍ରଦୀପ ଜେନା (ଅମର)ଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ବୁଧବାର ଏକାଦଶାହ ଉପଲକ୍ଷେ ପାଟଣାସାହିରେ ଅମର ଜେନାଙ୍କର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ୍ ସୋମନାଥ ପାଢ଼ୀଙ୍କ ସଭାପତିତ୍ୱ ଓ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ବିଡିଓ ଜ୍ୟୋତିର୍ମୟ କର, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ଉମାକାନ୍ତ ମିଶ୍ର, ଡ. ଲକ୍ଷ୍ମୀଧର ତ୍ରିପାଠୀ, ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ପି. ହୃଷିକେଶ, ଭଗବାନ ପାଣିଗ୍ରାହୀ, ନିତ୍ୟାନନ୍ଦ ମଲିକ, କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ସମାଜସେବୀ ହରେକୃଷ୍ଣ ଜେନା, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ବିଶ୍ୱଜିତ୍ ବେହେରା, ଡ. ଅମୂଲ୍ୟ ସେନାପତି, ମନୋଜ ପାଣିଗ୍ରାହୀ, ମନୋଜ ସେନାପତି, ଧୀରେନ୍ଦ୍ର ସାହୁ, ପୀତାମ୍ବର ସେଠୀ, ରାଜେନ୍ଦ୍ର ବିଶ୍ୱାଳ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବାରିକ, ଯଯାତିକେଶରୀ ଦାଶ, ଅଜୟ ମହାପାତ୍ର, ବିକାଶ ସେନାପତି, ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ମରଣିକା ‘ଅମରଗାଥା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଗିରିଜାରମଣ ଜେନା, ପ୍ରଭାତ କୁମାର ଜେନା, ପ୍ରତାପ କୁମାର ଜେନା, ମୌମ୍ୟରଂଜନ ଜେନା, ସତ୍ୟରଂଜନ ଜେନା, ଅଜୟ କୁମାର ନାୟକ, ସୂର୍ଯ୍ୟରଂଜନ ମଲ୍ଲିକ, କୃତିବାସ ନାୟକ, ରୁଦ୍ରପ୍ରତାପ ନାୟକ, କେ.ପି. ଦେବର ନାୟକଙ୍କ ସମେତ ପରିବାର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |