କଟକ (ଉତ୍କଳ ନ୍ୟୁଜ ) ୧୦-୦୨-୨୦୨୫ : ନ୍ୟାୟ ପାଇଁ ଥାନାରେ ଅନଶନ କରିବାକୁ ଯାଇ ଅଟକ ରହିଲେ ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ତଳଦପା ଗାଁର ସସ୍ତ୍ରିକ । ଭଉଣୀ ବାହାଘର ପାଇଁ କୌଣସି ଆର୍ଥିକ ସହଯୋଗ ନକରି ପିଲାଛୁଆଙ୍କୁ ଧରି ବାହାରକୁ ପଳେଇ ଗଲା ବଡ ପୁଅ । ସାନପୁଅର ଓ ସମ୍ପର୍କିୟମାନଙ୍କ ଠାରୁ ଧାର କରି ସହିତ ସେମାନଙ୍କ ସହଯୋଗରେ ବୃଦ୍ଧା ମାଆ ଝିଅର ବାହାଘର କଲେ । ମାତ୍ର ପରେ ଘରକୁ ଆସି ରହିବାକୁ ଚାହିଲା ସଂପୃକ୍ତ ପୁଅ । ମାତ୍ର ବୃଦ୍ଧା ମାଆ ଝିଅର ବାହାଘର ଖର୍ଚ୍ଚ ପୈଠକ କରିବାକୁ କହିବାରୁ ପୁଅ, ବୋହୁ ଓ ସେମାନଙ୍କ ସମ୍ପର୍କୀୟ ମାଡ ମାରିଲେ । ଘଟଣାକୁ ନେଇ ସାହି ପଡିଶାଙ୍କ ହସ୍ତକ୍ଷେପ ହୋଇଥିଲା । ଯାହାକୁ ନେଇ ସେତେବେଳେ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା । ସୋମବାର ପୂର୍ବାହ୍ନରେ ବଡପୁଅ ଓ ବୋହୁ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଅନଶନ କରିବାକୁ ଯାଇଥିଲେ । ଅନଶନ କରିବା ପୂର୍ବରୁ ବିନୋଦ ମଳିକ, ଝୁନୁ ମଳିକ ଓ ତୁଫାନ ମଳିକଙ୍କ ବିରୋଧରେ ଥାନାରେ ଏକ ମାମଲା ୨୬୨/୨୪ ରୁଜୁ ହୋଇଥିବା ସମ୍ପର୍କରେ ପୋଲିସ ପଚରା ଉଚୁରା କରିଥିଲା । ମାତ୍ର ସେମାନେ କୌଣସି କଥା ନଶୁଣି ତାଙ୍କ ମାଆ ଘରକୁ ପ୍ରବେଶ କରିବାକୁ ଦେଉନଥିବା କହିଥିଲେ । ମାମଲା ସଂପ୍ରତି କୋର୍ଟରେ ବିଚାରଧିନ ରହିଥିବା ପୋଲିସ ଅବଗତ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ଶେଷରେ ସଂପୃକ୍ତ ସସ୍ତ୍ରିକ ବିନୋଦ ମଳିକ ଓ ଝୁନୁ ମଳିକଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ । ସେହିପରି ବିନୋଦ ମଳିକଙ୍କ ସ୍ତ୍ରୀ ଝୁନୁ ମଳିକଙ୍କ ଏତଲା କ୍ରମେ ଥାନାରେ ପୁରୋସ୍ତମ ମଳିକ, ସଦାଶିବ ମଳିକ, ସୁବ୍ରତ ମଳିକ, ପ୍ରତାପ ମଳିକ ଓ ଅନୁସୟା ମଳିକଙ୍କ ବିରୋଧରେ ଅନ୍ୟ ଏକ ମାମଲା ୨୬୧/୨୪ ରୁଜୁ ହୋଇଥିଲା । ସେମାନେ ମଧ୍ୟ ଥାନାକୁ ଯାଇଥିଲେ ସସ୍ତ୍ରିକଙ୍କ ଅନଶନ ବିରୋଧରେ । ସେମାନଙ୍କ ମଧ୍ୟରୁ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା ମଧ୍ୟ କରିଥିଲା । ତେବେ ଉଭୟ ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟାଶୀଳ ହୋଇଥିଲା । ଯାହାକୁ ନେଇ ଉଭୟ ପକ୍ଷ ଆଲୋଚନା କରି ଆସନ୍ତା ୧୭ ତାରିଖରେ ଏକ ବୈଠକ ଜରିଆରେ ମାମଲାର ଆପୋଷ ବୁଝାବଣା କରିବେ ବୋଲି ଥାନାରେ ଜଣାଇଥିଲେ । ଶେଷରେ ଉଭୟ ପକ୍ଷରୁ ଅଟକ ଥିବା ୬ ଜଣଙ୍କୁ ନୋଟିସ ବଳରେ ଛାଡି ଦେଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |