କଟକ (ଉତ୍କଳ ନ୍ୟୁଜ ) ୧୦-୨-୨୦୨୫ : ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଗ୍ରାମରେ ଗତକାଲି ଏକ ଦିବସୀୟ ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଇନ୍ଦ୍ରାଣୀପାଟଣା ଗ୍ରାମର ୪ ଟି ଟିମ୍ କୁ ନେଇ ଇନ୍ଦ୍ରାଣୀ ଦେବୀ ପ୍ରିମୀୟର ଲିଗ୍ ମ୍ୟାଚ୍ ଆରମ୍ଭ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଜେକେ ସିମେଣ୍ଟ କମ୍ପାନୀର ପ୍ଲାଣ୍ଟ ହେଡ୍ ସମୀର୍ ପୂଜାରୀ ମହାପ୍ରଭୂଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଫିତା କାଟି ଉଦ୍ଘାଟନ କରିଥିଲେ। ଅନୁଜ କୁମାର ସିଂ, ଅଙ୍କିତ ଅଗ୍ରୱାଲ, ଶ୍ରୀଧର ବେଉରା, ପ୍ରକାଶ ସାମଲ,ଗ୍ରାମର ବରିଷ୍ଟ ମୂରବୀ ନୃସିଂହ ଚରଣ ନାୟକ, କାଳନ୍ଦୀ ଦାସ, ପ୍ରଭାତ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ମହାପାତ୍ର,ଅନାମ ଦାସ, ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଗଲ ଇଲେଭେନ୍ ୧୦ ଓଭରରେ ୮ ୱିକେଟ୍ ହରାଇ ୬୦ ରନ୍ କରିଥିଲା ଜବାବରେ ମହକାଲ୍ ୱାରିୟର୍ସ ୭ ଓଭର ରେ ୪ ୱିକେଟ୍ ହରାଇ ୬୧ ରନ୍ ସଂଗ୍ରହ କରି ଚଳିତ ବର୍ଷ ଟାଇଟଲ ଜିତିଥିଲା। କ୍ଲବ୍ ର ସଭାପତି ଅଜୟ ନାୟକ, ମୁଖ୍ୟ ଉପେଦେଷ୍ଟା ଅମୂଲ୍ୟ ଦାସ, କବିନ୍ଦ୍ର ନାୟକ, ଆକାଶ କୁମାର ସ୍ୱାଇଁ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ। ପ୍ରଭାତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମରେ ସମସ୍ତଙ୍କ ଭିତରେ ଭାଇଚାରା ରଖିବା ପାଇଁ ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ।