ବାରବାଟୀ ଷ୍ଟାଡିଅମରେ ଓରମାସ କଟକ ପକ୍ଷରୁ ଗ୍ରାମୀଣ ଜାତୀୟ ଉତ୍ପାଦକୁ ନେଇ କ୍ଷୁଦ୍ର ପ୍ରଦର୍ଶନୀ ଆୟୋଜିତ ||

158

କଟକ (ଉତ୍କଳ ନ୍ୟୁଜ ) ୧୦-୨-୨୦୨୫ : ଗ୍ରାମୀଣ କରିଗରମାନଙ୍କୁ ଉତ୍ସାହିତ କରିବା ତଥା ଦର୍ଶକ ମାନଙ୍କୁ ଆକର୍ଷିତ କରିବା ନିମନ୍ତେ ପ୍ରଥମ ଥର ପାଇଁ ଓରମାସ କଟକ ପକ୍ଷରୁ ବାରବାଟୀ ଷ୍ଟାଡିଅମରେ ଦ୍ବିତୀୟ ଏକଦିବସୀୟ ଅନ୍ତର୍ଜାତୀୟ ମ୍ଯାଚ ସମୟରେ ଗ୍ରାମୀଣ ଜାତୀୟ ଉତ୍ପାଦକୁ ନେଇ କ୍ଷୁଦ୍ର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ, ଓରମାସ ଶ୍ରୀ ବିପିନ ରାଉତ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି|

ସ୍ଥାନୀୟ ଉଦ୍ଯୋଗ, କାରିଗର ଓ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହିତ କରିବା ତଥା ଗ୍ରାମୀଣ କରିଗରମାନଙ୍କୁ ଏକ ମଞ୍ଚ ଯୋଗାଇ ଦେବା ଲକ୍ଷ୍ୟରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି ଓରମାସ ପକ୍ଷରୁ କ୍ରୀଡା ଏବଂ ଗ୍ରାମୀଣ ଅର୍ଥନୀତି କୁ ଏକୀକୃତ କରିବାର ଏଭଳି ମଞ୍ଚକୁ ଖୁବ ପ୍ରଶଂସା କରାଯାଇଛି ଏହି ପ୍ରଦର୍ଶନୀ ଦେଖିବାକୁ ବେଶ ଜନ ସମାଗମ ହୋଇଥିଲା |