ମହରମପୁର ମହାବୀର ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ |

79

କଟକ (ଉତ୍କଳ ନ୍ୟୁଜ ) ୭-୦୨-୨୦୨୫ ; ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମହରମପୁର ପଞ୍ଚାୟତ ଅଧିନ ମହରମପୁର ମହାବୀରସାହିରେ ଶ୍ରୀଶ୍ରୀ ହନୁମାନ ମହାବୀରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ଯାଇଛି । ଚଳିତ ମାସ ୫ ତାରିଖରେ ପ୍ରତିଷ୍ଠାଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୬ ତାରିଖରେ କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା ଓ ଯଜ୍ଞାରମ୍ଭ ହୋଇ ଯାଇଛି । ସକାଳ ୮ ଘଟିକାରେ ଶତାଧିକ ମହିଳା ଏକକ ବସ୍ତ୍ର ପରିଧାନ କରି ବାଜା, ରୋଷଣୀ, ଘଣ୍ଟା ଲଗାଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ମହାବୀର ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ବରୁଣେଇସ୍ଥିତ ଐତିହାସିକ ପବିତ୍ର ଗୁପ୍ତଗଙ୍ଗାରେ ପହଂଚିଥିଲା । ମନ୍ଦିରର ମୁଖ୍ୟ ପୂଜକ ଦୋଳଗୋବିନ୍ଦ ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ପଣ୍ଡିତ ପ୍ରସନ୍ନ କର ଏବଂ ଶୁସାନ୍ତ କର, କ୍ଷୀରୋଦ ତ୍ରିପାଠୀ, ବିଷ୍ଣୁ ଚରଣ ମିଶ୍ର, ସୁବାଶ ଚନ୍ଦ୍ର ଶତପଥି ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ବୁଦ୍ଧଦେବ ଜେନା ଓ କିଶୋରଜିନୀ ଜେନା ମୁଖ୍ୟ କର୍ତ୍ତାଭାବେ ଦାୟିତ୍ୱ ତୁଲାଉଛନ୍ତି । ଭୋଳାନାଥ ସାହୁ, ଅଲେଖ ବେହେରା, ମାଧବ ପଶୁପାଳକ, ଆଲୋକ ବିକାଶ ପ୍ରିୟଦର୍ଶୀ, ସୀତାକାନ୍ତ ସାହୁ, ମନୋଜ ଦାସ, ମନୋଜ ରାଉତ, ଅପୂର୍ବ ନାୟକ, ବାଦଲ ଦାଶ, କରୁଣାକର ମୁଦୁଲୀ, ସୁଜିତ୍ ସାହୁ, କୃଷ୍ଣଚନ୍ଦ୍ର ସାହୁ, କାଳନ୍ଦି ବେହେରା, ମହେଶ୍ୱର ନାୟକ, ଚିନ୍ତାମଣି ସାହୁ, ଦୟାନିଧି ସାହୁ, ଗୋଲକ ନାୟକ, ପ୍ରାଣବନ୍ଧୁ ବେହେରା ଓ ନିରଞ୍ଜନ ହୋତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ୭ ତାରିଖରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ୮ ତାରିଖରେ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।