କଟକ ରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ |

63

କଟକ(ଉତ୍କଳ ନ୍ୟୁଜ ) ୦୫-୦୨-୨୦୨୫ : ୨୦୩୬ ମସିହା ସୁଦ୍ଧା ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଜି କଟକ ସଦର ବ୍ଲକଠାରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଯାଇଛି। କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତ।ତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ ନାୟକ ତଥା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତି ସୁଭଦ୍ରା ଦାସ,

ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା, ପଞ୍ଚାୟତ ସମିତି ସଭ୍ୟ ସଭ୍ୟା, ମିଶନ ଶକ୍ତି ସଦସ୍ୟା ତଥା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଓ ସଦର ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ବ୍ଲକର ଜନପ୍ରତିନିଧିମାନେ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିଲ୍ଲାର ୧୪ଟି ଯାକ ବ୍ଲକରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିବାବେଳେ ସଦର ବ୍ଲକଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।