ଗୋପବନ୍ଧୁ ସେବା ସଂଘ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ |

142

କଟକ (ଉତ୍କଳ ନ୍ୟୁଜ ) ୦୪-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋପବନ୍ଧୁ ସେବା ସଂଘ ପକ୍ଷରୁ ଫତେପୁର ପଞ୍ଚାୟତ ବଡଗାଲୋ ଗାଁର ଅଗ୍ନିବିପନ୍ନ ରମାକାନ୍ତ ଖୁଣ୍ଟିଆଙ୍କୁ ସହାୟତା ପ୍ରଦାନ କରାଯାଇଛି । ଦୁଇଦିନ ତଳେ ରମାକାନ୍ତ ଖୁଣ୍ଟିଆଙ୍କ ବାସଗୃହ କୌଣସି କାରଣ ବଶତଃ ଅଗ୍ନି ଲାଗି ଘରର ସବୁ ଆସବା ପତ୍ର, ଅର୍ଥ, ଅଳଙ୍କାର ଅର୍ଥ ପୋଡି ଜଳି ପାଉଁଶ ହୋଇଯାଇଛି । ସେହି ଗ୍ରାମର ଗୋପବନ୍ଧୁ ସେବା ସଂଘ ସଦସ୍ୟ ନିରାକାର ବେହେରା ସଂଘକୁ ଅବଗତ କରାଇଥିଲେ । କାଳବିଳମ୍ବ ନକରି ଯଥାଶୀଘ୍ର ସଂଘର ସଭାପତି ଏବଂ ସଦସ୍ୟଙ୍କ ଜରିଆରେ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ସାମଗ୍ରୀ, ପିନ୍ଧା ବସ୍ତ୍ର, ବିଛଣା ସଜ (ସପ, ମଶାରୀ, ବେଡ଼ସିଟ, କମ୍ବଳ )ସହ ବାଲଟି, ମଗ ପ୍ରଦାନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |