କଟକ (ଉତ୍କଳ ନ୍ୟୁଜ ) ୦୪-୦୨-୨୦୨୫ : କେନ୍ଦ୍ରୀୟ ସ୍କିମ ଏନଆରଏଲଏମ୍ ଅଧିନସ୍ଥ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ସିଏଲ୍ଏଫ୍, ଜିପିଏଲ୍ଏଫ୍, ୍ୱିଏଲ୍ଏଫ୍ ଏ୍ୱଂ ଡିଏଲ୍ଏଫ୍ ସ୍ତରର ଇସି ସଦସ୍ଯଙ୍କ ପୂନଃଗଠନ ଆଳରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଇସି ସଦସ୍ୟଙ୍କୁ ବାହାର କରିବା ପାଇଁ ଗତ ୮ ଜାନୁଆରୀ ଏବଂ୨୨ ଜାନୁଆରୀରେ ସରକାରଙ୍କ ନିର୍ଦ୍ଦେଶ ଓ ନୂଆ ଗାଇଡଲାଇନ ପ୍ରତ୍ୟାହାର କରି କାର୍ଯ୍ୟରତ ସମସ୍ତ ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଭଦ୍ରକ ଜିଲ୍ଲାର ହଜାର ହଜାର ଇସି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ଓଡ଼ିଶା ଉପମୁଖ୍ୟ ମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଉପସ୍ଥାପନ କରାଯାଇଛି । ଡିଏଲ୍ଏଫ୍ ର ଜିଲ୍ଲା ସଭାପତି ତପସ୍ୱିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ଓ ବିକ୍ଷୋଭରେ କଳ୍ପନା ନାୟକ, ରେବତୀ ଷଡ଼ଙ୍ଗୀ, ଜାନକୀ ଲତା ନାୟକ ଓ ସୁନନ୍ଦା ସାହୁ ପ୍ରମୁଖ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୫ ବର୍ଷ ତଳେ କେନ୍ଦ୍ର ସରକାର "ସ୍ୱର୍ଣ୍ଣ ଜୟନ୍ତୀ ସ୍ୱ ରୋଜଗାର ଯୋଜନା’ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଆରମ୍ଭ କଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରୁ ଦକ୍ଷତା ସମ୍ପନ୍ନ ମହିଳାମାନଙ୍କୁ ଇସି ସଦସ୍ୟ ଭାବେ ମନୋନୀତ କରାଯାଇ ବ୍ଲ୍ଲକ ସ୍ତରରେ ମହିଳା ଫେଡେରେଶନ ମାଧ୍ୟମରେ ମହିଳା ଗୋଷ୍ଠୀମାନଙ୍କୁ ଜୀବିକା ଅର୍ଜନ ପାଇଁ ବିଭିନ୍ନ ତାଲିମ ଓ ଋଣ ପ୍ରଦାନର ବ୍ୟବସ୍ଥା କରାଉଥିଲେ । ପର୍ଯ୍ୟାୟ କ୍ରମରେ ଆବଶ୍ୟକତା ଭିତ୍ତିରେ ଲକ୍ଷାଧିକ ଇସି ନିଯୁକ୍ତି ପାଇଲେ । ଇସି ସଦସ୍ୟମାନେ ୨୦୧୯ ପର୍ଯ୍ୟନ୍ତ କେବଳ ବୈଠକ ବାବଦରେ ସ୍ୱଳ୍ପ ଅର୍ଥ ପାଉଥିବା ବେଳେ ୨୦୧୯ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଭିତ୍ତିରେ ୨୦୨୨ମସିହାରୁ ମାସିକ ହଜାରେ ଟଙ୍କା ହାରରେ ଏବଂ ୨୦୨୪ ମାର୍ଚ୍ଚରୁ ମାସିକ ଦେଢ଼ ହଜାର ଟଙ୍କା ହାରରେ ଧାର୍ଯ୍ୟ ଗସ୍ତ ଭତ୍ତା ପାଉଛନ୍ତି । ଗତା ନିର୍ବାଚନରେ ରାଜ୍ୟର ସରକାର ପରିବର୍ତ୍ତନ ହେଲା । ବିଜେପିର ଡବଲ ଇଞ୍ଜିନ କ୍ଷମତାକୁ ଆସିବା ପରେ ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦକ ମିଶାଇ ୧୨ ଲକ୍ଷ ମହିଳା, ଦେଢ଼ ଲକ୍ଷ ଇସି ସଦସ୍ୟ, ୭୦ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା ସିଆରପି ଏବଂ ଏମବିକେ, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଆଦିଙ୍କ ଉପରେ ନଗ୍ନ ଆକ୍ରମଣ କରିଛନ୍ତି । ଏହି କାର୍ଯ୍ୟରତ ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲୁ ରହିଅଛି ବୋଲି ସୂଚନା ଦେଇଥିଲେ । ଆସନ୍ତା ବଜେଟ ଅଧିବେଶନ ୧୩ ଫେବୃଆରୀରେ ଆରମ୍ଭ ହେଉଥିବାରୁ ଉକ୍ତ ଦିନଠାରୁ ଉକ୍ତ ନିର୍ଦ୍ଦେଶ ପ୍ରତ୍ୟାହାର ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଗଣଧାରଣାରେ ବସି ରହିବେ ଏହି ଇସି ସଦସ୍ୟମାନେ । ପୂର୍ବତନ ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସରକାରଙ୍କର ପୂର୍ନଗଠନ ଏକ ଭେଳିକି ଏବଂ ବରିଷ୍ଠ ଓକିଲ ତଥା ଦିବ୍ୟସିଂହ ନାୟକ ନିର୍ବାଚନ ପୁର୍ବରୁ ବିଜେପି ଦେଇଥିବା ପ୍ରତିଶୃତି ମୁତାବକ କ୍ଷମତାରେ ଆସିଲେ ରାଜ୍ୟରେ ଥିବା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ହଜାରେ ଟଙ୍କା ହାରରେ ଭତ୍ତା ଦେବାର ପ୍ରତିଶୃତି ପୂରଣରେ ବିଫଳ ଡବଲ ଇଞ୍ଜିନ ସରକାର ଏବଂ ମହିଳାଙ୍କ ଜୀବିକା ଅର୍ଜନର ସଂଗଠିତ ଅନୁଷ୍ଠାନ ମିଶନ ଶକ୍ତିକୁ ଧ୍ୱଂସ କରିବାକୁ ବସିଛି ବୋଲି କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କ ନ୍ୟୁଜ |