ରୁକୁଣା ରଥଯାତ୍ରା ଲାଗି, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ, ରଥକାଠ ଅନୁକୂଳ, ପୂଜାନୀତି ସମ୍ପନ୍ନ ହୋଇଛି |

73

କଟକ (ଉତ୍କଳ ନ୍ୟୁଜ ) ୦୪-୦୨-୨୦୨୫ : ରୁକୁଣା ରଥଯାତ୍ରା ଲାଗି, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ, ରଥକାଠ ଅନୁକୂଳ, ପୂଜାନୀତି ସମ୍ପନ୍ନ ହୋଇଛି | ଭୁବନେଶ୍ୱରସ୍ଥିତ ଶ୍ରୀରାମ ନଗରରେ ଥିବା, ପଞ୍ଚମୀ ପଡିଆକୁ, ମହାପ୍ରଭୁ ଶ୍ରୀବାସୁଦେବ,ମା ପାର୍ବତୀ ଏବଂ ମା ରୁକ୍ମିଣୀଙ୍କ ସହିତ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ଦୁଇଟି ସୁସଜିତ ବିମାନ ଏବଂ ପାଲିଙ୍କିରେ ଯାତ୍ରା କରିଥିଲେ | ମହାପ୍ରଭୁଙ୍କ ନିକଟରେ, ଶ୍ରୀ ମଣ୍ଟୁ ପୂଜାପଣ୍ଡା, ମନ୍ଦିର ନୀତି ପରିଚାଳକ ଶ୍ରୀ ରାଜକିଶୋର ମହାପାତ୍ର ଏବଂ ସମସ୍ତ ସେବାୟତଙ୍କ ସହଯୋଗରେ, ପୂଜାର୍ଚ୍ଚନା କରାଯାଇ,ଭୋଗ ନୈବେଦ୍ୟ ଅର୍ପଣ ସହିତ ଆଳତୀ ପ୍ରଦାନ କରାଯାଇଥିଲା |

ଏହାପରେ ନିକଟସ୍ଥ ଶଙ୍କର ଜଗନ୍ନାଥ ତୀର୍ଥସ୍ୱାମୀ ମଠ ପାର୍ଶ୍ୱରେ ଥିବା, ଆମ୍ବବୃକ୍ଷ ନିକଟରେ, ପୂଜାର୍ଚ୍ଚନା ଏବଂ ଆଳତୀ ପ୍ରଦାନ କରାଯିବାପରେ, ସେଠାରେ ଉପସ୍ଥିତ ମହାରଣା ସେବକଙ୍କ ଦ୍ୱାରା, ସେହି ବୃକ୍ଷମୂଳକୁ, କୁରାଢ଼ୀ ଦ୍ୱାରା ସ୍ପର୍ଶ କରାଯାଇଥିଲା | ଏହାପରେ ମଠ ପାର୍ଶ୍ଵରେ ଥିବା ସିଂହାସନରେ ସମସ୍ତ ଦେବାଦେବୀଙ୍କୁ, ବିରାଜମାନ କରାଯାଇ,ଅନୁରୂପ ପୂଜା ଏବଂ ଆଳତୀ କରାଯିବା ପରେ, ସମସ୍ତ ଦେବାଦେବୀ, ଲିଙ୍ଗରାଜ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ | ସୂଚନାଯୋଗ୍ୟ, ଆସନ୍ତାକାଲି ସନ୍ଧ୍ୟା ଅର୍ଥାତ, ମାଘସପ୍ତମୀ ତିଥିରେ, ରବି ଟକିଜ ଛକ ସଂଲଗ୍ନ ଟଙ୍କପାଣି ରୋଡ଼ ଠାରେ ଅବସ୍ଥିତ, ପ୍ରସିଦ୍ଧ ଭାସ୍କରେଶ୍ୱର ମନ୍ଦିରକୁ ଯାତ୍ରା କରିବେ | ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ