କଟକ (ଉତ୍କଳ ନ୍ୟୁଜ ) ୩-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ିବାସୀ ଅନେକ ଥାନା ଅଧିକାରୀଙ୍କୁ ଦେଖିଛନ୍ତି କିନ୍ତୁ ଓଡ଼ିଶାରେ ଅନେକ ଜିଲ୍ଲାରେ ପ୍ରଭୁତ କ୍ଷତି ଘଟାଇଥିବା ବାତ୍ୟା ଦାନା ରେ ଜଣେ ଥାନା ଅଧିକାରୀ ଭାବେ ପ୍ରସନ୍ନ କୁମାର ନାୟକ ନିଜେ ଆଣ୍ଠୁଏ ପାଣିରେ ପଶି ବିପନ୍ନଙ୍କୁ ଉଦ୍ଧାର କରିବା ରିଲିଫ ବାଣ୍ଟିବା, ମୁଖ୍ୟ ରାସ୍ତା ଏବଂ ଗ୍ରାମାଞ୍ଚଳ ରାସ୍ତାରେ ଉପୁଡି ପଡ଼ି ରାସ୍ତା ଅବରୋଧ କରୁଥିବା ଗଛ ଗୁଡ଼ିକୁ କାଟି ସଫା କରି ଗମନାଗମନକୁ ଯଥାଶୀଘ୍ର ସଚଳ କରିବା ଆଦି କାର୍ଯ୍ୟ ନିଶ୍ଚିତ ଭାବେ ତାଙ୍କ ସେବାପ୍ରାଣର ପରିଚୟ ବହନ କରୁଛି। ସେ ପୂର୍ବରୁ ପ୍ରକାଶ କରିଥିଲେ ଯେ ତିହିଡ଼ି ଥାନା ତରଫରୁ ପ୍ରତ୍ୟେକ ବର୍ଷ ତିହିଡ଼ି ବ୍ଲକ ମେଟ୍ରିକ ଟପ୍ପରଙ୍କୁ ପୁରସ୍କୃତ କରାଯିବ ଏବଂ ତିହିଡ଼ିକୁ ସରସ ସୁନ୍ଦର କରିବା ପାଇଁ ଟିମ ତିହିଡ଼ି ଗଠନ ହେବ ଯେଉଁଥିରେ ସାମାଜିକ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀ ସାମିଲ ହୋଇ ତିହିଡ଼ିର ଉନ୍ନତି ଦିଗରେ କାର୍ଯ୍ୟ କରିବେ। ତାଙ୍କର ଏହି ମହାନ ଚିନ୍ତାଧାରା ଏବଂ ମହତ କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କ ପାଇଁ ସର୍ବଦା ସ୍ମରଣୀୟ ରହିବେ। ତିହିଡ଼ି ଯୁବମଞ୍ଚ ପକ୍ଷରୁ ଆଜି ତାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉପଦେଷ୍ଟା ସଚିକାନ୍ତ ନାୟକ, ସଭାପତି କୈଳାସ ବେହେରା, ସମ୍ପାଦକ ନିରଂଜନ ବାରିକ, ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସାକିରୁଦ୍ଦିନ ଖାଁ, ସଦସ୍ୟ ସୟଦ ରଫିକ, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।