ଧାମନଗରରେ ଆରରଟିଓ ପକ୍ଷରୁ ଚେକିଂ, ୧୫ ଜଣଙ୍କ ଠାରୁ ୩ ଲକ୍ଷ ୩ ହଜାର ୨୩୦ ଟଙ୍କା ଫାଇନ୍ ଆଦାୟ।

221

କଟକ(ଉତ୍କଳ ନିଉଜ )୧୦/୧୨/୨୦୨୪ : ଆରରଟିଓ ପକ୍ଷରୁ ଚେକିଂ, ୧୫ ଜଣଙ୍କ ଠାରୁ ୩ ଲକ୍ଷ ୩ ହଜାର ୨୩୦ ଟଙ୍କା ଫାଇନ୍ ଆଦାୟ ହୋଇଛି। ତିନି ଜଣ ନାବାଳକଙ୍କୁ ଯଥାକ୍ରମେ ୨୫ ହଜାର, ୩୭ ହଜାର ୩୭ ହଜାର ଟଙ୍କାର ଫାଇନ କରାଯାଇଛି। ଭଦ୍ରକ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ଧାମନଗର ଥାନାଧୀନ ଦୋବଲ ଠାରେ ଏମଭି ଚେକିଂ ବେଳେ ଏପରି ମୋଟା ଅଙ୍କର ଜୋରିମାନା କରାଯାଇଛି। ନାବାଳକମାନେ ପରିବାର ସଦସ୍ୟଙ୍କୁ ବସାଇ ଆଣୁଥିବା ବେଳେ ତାଙ୍କ ଉପରେ ଏପରି ଜୋରିମାନା କରାଯାଇଛି । ବାରମ୍ବାର ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯାଉଥିଲେ ମଧ୍ୟ କୌଣସି ପ୍ରଭାବ ପଡୁନାହିଁ ନାବାଳକ ବାଇକ ଚାଳକଙ୍କ ଉପରେ। ନା ରହୁଛି ମୁଣ୍ଡରେ ହେଲମେଟ ନା ରହୁଛି ଲାଇସେନ୍ସ କିନ୍ତୁ ସବୁଜାଣି ଶୁଣି ପରିବାର ଲୋକେ ନିଜ ପିଲାଙ୍କୁ ତାଗିଦ କରିବାକୁ ଭୁଲି ଯାଉଛନ୍ତି ଯାହା ଫଳରେ ନାନାଦି ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଘଟଣା ଦୋବଲରେ ଦେଖିବାକୁ ମିଳିଥିବା ବେଳେ ନାବାଳକ ବାଇକ ଚାଳକଙ୍କ ସାଙ୍ଗରେ ନିଜ ପରିବାର ସଦସ୍ୟ ବସିଥିବା ସମସ୍ତଙ୍କୁ ଚକିତ କରିଛି। ତେବେ ମୋଟା ଅଙ୍କର ଜରିମାନା ପରେ ସଚେତନ ହେବେ ପରିବାର ଲୋକେ ନା ପୁଣି ସେହି ଭୁଲ କରିବେ ତାହା କେବଳ ସମୟ କହିବ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |