ୱାକଫ ସମ୍ପତ୍ତି ସମୁଦାୟର, ଏହାର ନିୟନ୍ତ୍ରକମାନଙ୍କର ନୁହେଁ |

185

କଟକ ( ଉତ୍କଳନ୍ୟୁଜ ). ୭-୦୭-୨୬ : ଶତାବ୍ଦୀ ଧରି ୱାକଫ ଇସଲାମରେ ସମାଜସେବାର ଏକ ବଡ଼ ପରମ୍ପରା ରହି ଆସିଛି । ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ମସଜିଦ୍, କବରସ୍ଥାନ, ମଦରାସା, ବିଦ୍ୟାଳୟ, ଅନାଥାଶ୍ରମ, ଦରଘା ଏବଂ ଅନେକ ସେବାମୂଳକ ପ୍ରତିଷ୍ଠାନଗୁଡ଼ିକ ସେହି ଜମି ଉପରେ ଗଢ଼ି ଉଠିଛି, ଯାହା ସାଧାରଣ ମୁସଲମାନମାନେ ଆଲ୍ଲାଙ୍କ ନାମରେ ଦାନ କରିଥିଲେ । ସେମାନଙ୍କ ବିଶ୍ଵାସ ଥିଲା, ସେମାନଙ୍କର ଏହି ଦାନ ମୃତ୍ୟୁପରେ ମଧ୍ଯ ସମାଜର କାମରେ ଲାଗି ରହିବ । ଏହି ସମ୍ପତ୍ତି କୌଣସି ବ୍ୟକ୍ତି, ପରିବାର କିମ୍ବା ସଂଗଠନ ପାଇଁ ନୁହେଁ, ବରଂ ସମାଜର ସାମୂହିକ କଲ୍ୟାଣକୁ ଲକ୍ଷ କରି ଆଲ୍ଲାଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ସାରା ଦେଶରେ ହଜାର ହଜାର ଏକର ମୂଲ୍ୟବାନ ଜମିର ମାଲିକାନା ଥିବା ସରେ, ୱାକଫକୁ ନେଇ ବିବାଦ କମୁନାହିଁ । ଆଜି ସାଧାରଣ ମୁସଲମାନଙ୍କ ମନରେ ଏକ ସ୍ବାଭାବିକ ପ୍ରଶ୍ନ ଉଠୁଛି - ଯଦି ୱାକଫ ସମ୍ପଭିର ମୂଲ୍ୟ ହଜାର ହଜାର କୋଟି ଟଙ୍କା ତେବେ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ମୁସଲିମ ସମାଜ ସେହି ଅନୁପାତରେ କାହିଁକି ଆଗକୁ ବଢ଼ିପାରିନାହିଁ? ଏହି ପ୍ରଶ୍ନର ଉତ୍ତର ଗୋଟିଏ- ଦାୟିତ୍ବବୋଧ ଓ ଜବାବଦେହିତାର ଅଭାବ । ସରକାର ୱାକଫ ପରିଚାଳନାରେ ସଂସ୍କାର ଆଣିବା କଥା କହିଲେ, ସବୁଠାରୁ ଅଧିକ ବିରୋଧ ସେହି ସଂଗଠନମାନଙ୍କ ପକ୍ଷରୁ ଆସେ, ଯେଉଁମାନେ ନିଜକୁ ମୁସଲିମ ସମାଜର ରକ୍ଷକ ବୋଲି କହନ୍ତି । ସେମାନଙ୍କର ଆଶଙ୍କା ହେଉଛି ୱାକଫ ସମ୍ପତି ଉପରେ ସରକାରୀ କିମ୍ବା ରାଜନୈତିକ ହସ୍ତକ୍ଷେପ ବଢ଼ିପାରେ ଯଉଁଥୁରୁ ଏହାକୁ ସୁରକ୍ଷିତ ରଖିବା ଅତ୍ୟାବଶ୍ୟକ । ଏହି ଆଶଙ୍କାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କିନ୍ତୁ ବାହ୍ୟ ହସ୍ତକ୍ଷେପରୁ ସୁରକ୍ଷା ନାଁରେ ଭିତରର ଅନିୟମିତତାକୁ ଅଣଦେଖା କରିହେବ ନାହିଁ । ଜୟପୁରର ଜାମିଆ ତୁଲ୍ ହିଦୟାକୁ ନେଇ ହୋଇଥିବା ବିବାଦ ଏହି ପ୍ରସଙ୍ଗକୁ ପୁଣିଥରେ ସାମ୍ନାକୁ ଆଣିଛି । ଜାମିଆ ହିଦୟା ଟ୍ରଷ୍ଟ ସହ ଜଡ଼ିତ ଜିଆ ଉର୍ ରେହମାନ ମୁଜାଦିଦି ଏବଂ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ନେତୃତ୍ବ ସହ ସମ୍ପୃକ୍ତ ଫଜଲୁର ରେହମାନ ମୁଜାଦିଦିଙ୍କ ନାମରେ ଜମି କାରବାରକୁ ନେଇ ଅଭିଯୋଗ ଆସିଛି । ଏହି ଘଟଣାରେ ଏକାଧିକ ଏଫଆଇଆର୍ ଓ ଅଭିଯୋଗ ଦାଖଲ ହୋଇଥିବା ବେଳେ ମାମଲା ଏବେ ଆଇନଗତ ପ୍ରକ୍ରିୟାରେ ରହିଛି । ଅଭିଯୁକ୍ତମାନେ ସମସ୍ତ ଅଭିଯୋଗକୁ ଅସ୍ତ୍ରୀକାର କରି କହିଛନ୍ତି ଯେ ସମସ୍ତ କାରବାର ଆଇନ ଅନୁସାରେ ହୋଇଛି ତେଣୁ ଅଦାଲତର ରାୟ ଆସିବା ପୂର୍ବରୁ କାହାକୁ ଦୋଷୀ କହିବା ଉଚିତ ନୁହେଁ । ପବିତ୍ର କୁରାନ ସତ୍ୟନିଷ୍ଠା, ନ୍ୟାୟ ଓ ଅମାନତର ସୁରକ୍ଷା ଉପରେ ବାରମ୍ବାର ଗୁରୁତ୍ବ ଦେଇଛି । ପୟଗମ୍ବର ମହମ୍ମଦ ମଧ୍ଯ ସାର୍ବଜନୀନ ସମ୍ପତ୍ତିର ଦୁରୁପଯୋଗକୁ କଠୋର ଭାବେ କରିଥିଲେ ସମ୍ପତ୍ତିର । ତେଣୁ ସାଧାରଣ ଲୋକଙ୍କୁ ଯଦି ଜବାବଦେହି ହେବାକୁ ପଡ଼େ, ତେବେ ସମୁଦାୟର । ଦାୟିତ୍ଵ ନେଇଥିବା ଲୋକମାନେ ମଧ୍ୟ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିବା ଉଚିତ୍ । ୱାକଫକୁ ସୁରକ୍ଷା ଦେବାର ଦାବି କରୁଥିବା ସଂଗଠନମ ଠନମାନଙ୍କର ବିଶ୍ଵସନୀୟତା କେବଳ ସରକାରୀ ନୀତିର ବିରୋଧ କରିବାରେ ନୁହେଁ, ବରଂ ନିଜ ଭିତରେ ଭିତରେ ସତ୍ୟନିଷ୍ଠା ଓ ଜବାବଦେହିତା ରକ୍ଷା କରିବାରେ ଅଛି । ଜୟପୁର ବିବାଦର ଶେଷ ରାୟ ଯାହା ହେଉ, ଗୋଟିଏ କଥା ସ୍ପଷ୍ଟ- ସ୍ବଚ୍ଛତା ୱାକଫ ପାଇଁ ବିପଦ ନୁହେଁ ବରଂ ସବୁଠାରୁ ବଡ଼ ସୁରକ୍ଷା । ସମାଜ ଉତ୍ତର ଚାହୁଁଛି । ଦାନଦାତା ଜବାବଦେହିତା ଚାହୁଁଛନ୍ତି ଛନ୍ତି । । ଆଗାମି ପିଢ଼ି ଏକ ଏକ ଭଲ ବ୍ୟ ବ୍ୟବସ୍ଥାର ଅଧିକାରୀ । ୱାକଫ ଲୋକଙ୍କ ସେବା ପାଇଁ ଗଢ଼ାଯାଇଥୁଲ ଥୁଲା, କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ • ସ୍ବାର୍ଥ ପାଇଁ ନୁହେଁ । ଏହି ମୂଳ ଉଦ୍ଦେଶ୍ୟକୁ ଯେତେ ଶୀଘ୍ର ଆମେ ପୁଣି ଆଗକୁ ଆଣିବୁ, ସେତେ ଶକ୍ତିଶାଳୀ ହେବ ୱାକଫ ବ୍ୟବସ୍ଥା । ଇନସା ୱାରସୀ (ଫ୍ରାଙ୍କଫୋନ ଏଣ୍ଡ ଜର୍ନାଲିଜମ୍ ଷ୍ଟଡିଜ୍ ଜାମିଆ ମିଲିଆ ଇସଲାମିଆ )