କଟକ ( ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ମଙ୍ଗଳପୁର ଗାଁର ଆରାଧ୍ୟ ଦେବୀ ମା ମଙ୍ଗଳା ପୀଠରେ ପାଟୁଆ ନାଚ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ପାଟୁଆ ସାମିଲ ହୋଇ ସଂଗୀତର ତାଳେ ତାଳେ ରାତିସାରା ମା ଙ୍କ ନିକଟରେ ନାଚକରି ସାନିଧ୍ୟ ଲାଭ କରିବା ସହିତ ବ୍ରତ ଭାଙ୍ଗିଛନ୍ତି । ଚାରି ଶତାବ୍ଦୀରୁ ଉର୍ଦ୍ଧ ହେବ ଗାଁର ଏହି ପରମ୍ପରା ଚାଲୁ ରହିଛି । ପଣା ସଂକ୍ରାନ୍ତୀ ପୂର୍ବ ୫ ଦିନରୁ ପାଟୁଆମାନେ ମା ଙ୍କ ଠାରୁ ଆଜ୍ଞାମାଳ ନେଇ ଗାଁଗଣ୍ଡାରେ ପାଟୁଆ ନାଚ କରିଥାନ୍ତି । ଶେଷଦିନ ରାତିରେ ସମ୍ମିଳୀତ ଭାବେ ପାଟୁଆ ନାଚ କରିଥାନ୍ତି । ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳରୁ ଶହସ୍ରାଧିକ ଲୋକଙ୍କ ଭିଡ ଜମିଥାଏ । ଏହା ରାତିସାରା ଚାଲିଥାଏ । ଗାଁ କମିଟି ପକ୍ଷରୁ ପାଟୁଆମାନଙ୍କୁ ପଣା ଓ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥାଏ ।

ପାଟୁଆ ମୁଖ୍ୟ ଭାବେ ନରେନ୍ଦ୍ର ମଳିକ, ହରିହର ମହାଳିକ ଓ ଗଦାଧର ମହାଳିକ ପ୍ରମୁଖ ଶତାଧିକ ପାଟୁଆ ସାମିଲ ହୋଇଥିଲେ । ମା ମଙ୍ଗଳାଙ୍କ ପୂଜକ ଉମାକାନ୍ତ ପାଣିଗ୍ରାହୀଙ୍କ ସମେତ ସେବକ ରମେଶ ମହାଳିକ, ଗଦାଧର ମଳିକ, ଦୋଳଗୋବିନ୍ଦ ମଳିକ, ସୁଶାନ୍ତ ପରିଡା ଦାୟିତ୍ୱ ନିର୍ବାହ କରୁଥିବା ବେଳେ କମିଟିର ସଭାପତି ସୁବ୍ରତ ନାୟକ, ସମ୍ପାଦକ ବିଦ୍ୟାଧର ମହାଳିକ, କୋଷାଧ୍ୟକ୍ଷ ସଞ୍ଜୟ ମଳିକ, ସଭ୍ୟ ପୂର୍ଣ୍ଣ ମଳିକ, ହେମନ୍ତ ସେଠୀ, ସୁରେଶ ମହାଳିକ, ହିରଣ୍ୟ ମଳିକ, କାଳିଆ ମଳିକ, ଅଭୟ ମଳିକଙ୍କ ସମେତ ଗ୍ରାମବାସୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାଯାଇଛି । ମାନସିକ ପାଲା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପାର୍ଟିର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |