କଟକ ( ଉତ୍କଳ ନ୍ୟୁଜ ) ୧୪-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଗନ୍ଧର୍ବପୋଖରୀ ଗାଁର ମହାବୀରଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଶତାଧିକ ମହିଳା ଓ ପୁରୁଷମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମଦେବତୀ ଜାଡି ଠାକୁରାଣୀଙ୍କ ଠାରୁ ଆରମ୍ଭ ହୋଇଥିବା ଉକ୍ତ କଳସ ଶୋଭାଯାତ୍ରା ଗନ୍ଧର୍ବପୋଖରୀ ଗ୍ରାମ ପରିକ୍ରମା କରିବା ପରେ ଆରୁହା ଗ୍ରାମ ପରିକ୍ରମା କରି ସ୍ଥାନୀୟ ଆରୁହା ଲକ୍ଷ୍ମୀନାରାୟଣ ପୋଖରୀରେ ଜଳଲାଗି କରାଯାଇଥିଲା । ସୋମବାର ଅପରାହ୍ନରେ ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କରାଯାଇ ଗ୍ରାମଦେବତୀଙ୍କ ନିକଟରେ ଚଣ୍ଡିପାଠ କରାଯାଇଥିଲା । ମଙ୍ଗଳବାର ଜଳଯାତ୍ରା ଓ ଘଟଉତ୍ତୋଳନ, ମଣ୍ଡପରେ ସୂର୍ଯ୍ୟାଦି ପୂଜା, ଗୁରୁଧରିତ୍ରୀ ପୂଜା ଓ ଯଜ୍ଞ ମଣ୍ଡପରେ ଅୟମ ଆରମ୍ଭ ହୋଇଥିଲା । ପରେ ମାରୁତିନନ୍ଦନଙ୍କ ମହାସ୍ନାନ, ଶୋଢଷ ଉପଚାର ପୂଜା ଓ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ କରା ଯାଇଥିଲା । ମଧ୍ୟାହ୍ନରେ ପ୍ରସାଦ ସେବନ କରାଯାଇଥିଲା । ବୁଧବାର ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, ମଣ୍ଡପ କାର୍ଯ୍ୟ, ଲକ୍ଷ୍ମୀନାରାୟଣ ପୂଜା, ଗୀତା ପଠନ୍ ହବେନ, ଗୋଧୂଳି ଲଗ୍ନେ ପୂର୍ଣ୍ଣାହୂତି ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । କର୍ତ୍ତାଭାବେ ଗଙ୍ଗାଧର ଦାସ, ମନ୍ଦିରର ନୀତି ପୂଜକ କିଶୋର ପଣ୍ଡାଙ୍କ ସମେତ ୪ ଜଣ ବେଦ ପଣ୍ଡିତ ଦାୟିତ୍ୱ ନିର୍ବାହ କରୁଛନ୍ତି ।

୩ ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ଗାଁରେ ଭକ୍ତିପୂତଃ ଭାବାପନ୍ନ ସୃଷ୍ଟି ହୋଇଛି । ଗାଁକୁ ବନ୍ଧୁବାନ୍ଧବମାନଙ୍କ ଆଗମନ ଉତ୍ସବକୁ ଅଧିକ ସରସ ସୁନ୍ଦର କରିପାରିଛି । ଶ୍ୟାମସୁନ୍ଦର ଦାସ, କୈଳାସ ଦାସ, ରବିନ୍ଦ୍ର ଦାସ, ଗୟାଧର ବଳ, ରତ୍ନାକର ଦାସ, ସଞ୍ଜୟ ଦାସ, ଖଗା ଦାସ, ଉଦୟ ବଳ, ଶ୍ରୀକାନ୍ତ ଦାସ, ରାକେଶ ଦାସ, ରାଜେନ୍ଦ୍ର ବଳ, ମୁକୁନ୍ଦ ଦାସ, ପ୍ରକାଶ ବଳ, ବାବୁଲି ଦାସ, ଭାଗିରଥି ଦାସ, ରବିନ୍ଦ୍ର ବଳ, ବସନ୍ତ ଦାସ, ଅଶ୍ୱନୀ ଦାସ, ଅଜୟ ଦାସ, ଶରତ ଦାସ, ସାଇରାମ ବଳ, କୈଳାସ ବଳ, ଗଣେଷ ବଳ, ପାଗଳା ବଳ ଓ କୁନା ବଳ ପ୍ରମୁଖ ସମସ୍ତ ସମସ୍ତ ଗ୍ରାମବାସୀ ପରିଚାଳନା କରୁଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |