କଟକ ଇଣ୍ଡୋର ଷ୍ଟାଡିୟମଠାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ଅନୁଷ୍ଠିତ |

17

କଟକ ( ଉତ୍କଳ ନ୍ୟୁଜ ) ୧୪-୦୪-୨୦୨୬ : କଟକ ଇଣ୍ଡୋର ଷ୍ଟାଡିୟମଠାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ମାଧ୍ୟମରେ ନାରୀ ସଶକ୍ତିକରଣ ଓ ସେମାନଙ୍କୁ ସ୍ୱାବଲମ୍ବୀ କରାଯିବା ସହ ଆର୍ଥିକ ଉନ୍ନତି ସୁରକ୍ଷା ଓ ମାର୍ଯ୍ୟାଦା ସଂପର୍କରେ ଆଲୋକପାତ କରିଥିଲେ । ବାଜପାୟୀଜୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ନାରୀ ଶକ୍ତି ପ୍ରତି ଧ୍ୟାନ ଦିଆଯାଇଥିବା ବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଙ୍କ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ନାରୀ ସଶକ୍ତିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବାର କହିଥିଲେ । ଆଜି ନାରୀମାନେ ବ୍ୟବସାୟ, ଚାକିରୀ, ଶିକ୍ଷା ଦ୍ଵାରା ସ୍ଵାବଲମ୍ଭି ହୋଇପାରିଛନ୍ତି ଏବଂ ବିଶେଷ କରି ରାଜନୀତି କ୍ଷେତ୍ରରେ ନାରୀମାନେ ମଧ୍ୟ ପ୍ରତିନିଧିତ୍ଵ କରି ଗଣତନ୍ତ୍ରକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ ମତପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ମାନ୍ୟବର ବିଧାୟିକା ଇଂ. ସୋଫିଆ ଫିରଦୋସ ସଭାରେ ଯୋଗଦେଇ ଏହି ମହିଳା ସଂଗଠନ ଗୋଟେ ଆଇନ ନୁହେ । ଏହା ଦୀର୍ଘ ବର୍ଷର ସଂଘର୍ଷ, ଯାହାକି ମହିଳାମାନଙ୍କୁ ତୃଣମୂଳସ୍ତରରୁ ସଶକ୍ତ ଏବଂ ସ୍ଵାବଲମ୍ବି କରିବା ପାଇଁ ଏହା ଥିଲା ମୂଳଲକ୍ଷ୍ୟ । ଯାହାକି ଏବେ ସମ୍ଭବପର ହୋଇ ପାରିଛି ବୋଲି ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାଂସଦ,ଡ଼ଃ ଭର୍ତ୍ତୁହରି ମହତାବ,କଟକ ସଦର ବିଧାୟକ, ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲପାଳ ଶ୍ରୀ ଭାଉ ସାହେବ ଶିନ୍ଦେ,ଏ ସି ପି, ଅନନ୍ୟା ଅୱସ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ମିନାକ୍ଷୀ ଠାକୁର, ଏସ ସି ବି ମେଡିକାଲ ଅଧ୍ୟକ୍ଷା, ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା, ବାଙ୍କୀ ଉପ ଜିଲ୍ଲାପାଳ ମନୋସ୍ଵୀନି ଦାସ, ଜିଲ୍ଲାପରିଷଦ ଉପସଭାପତି ସୁଭଦ୍ରା ଦାସ, ରାଜ୍ୟ ମହିଳା କମିଶନ ସଦସ୍ୟା, ପ୍ରତିଭା ଶତପଥୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବହୁ ମହିଳା ସଭାନେତ୍ରୀ ଯୋଗଦେଇଥିଲେ। ଆଜିର ଏହି ନାରୀ ଶକ୍ତି ସମ୍ମିଳନୀ ଶୁଭାରମ୍ଭ ଅବସରରେ ପ୍ରାରମ୍ଭରେ କଟକ ମହାନଗର ନିଗମ ଅୟୁକ୍ତ, ସୁଶ୍ରୀ କିରଣଦୀପ କୌର ସହୋତା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନାରୀ ସଶକ୍ତିକରଣ ର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶଥାଉକି ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସକାଳେ ବାରବାଟୀ ଦୁର୍ଗ ଠାରୁ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନଙ୍କୁ ନେଇ ଏକ ପଦଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା ।