ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୧-୦୪-୨୦୨୬ : ଐତିହାସିକ ସହର ଚୌଦ୍ୱାର ରେ ନୂତନ ଭାବେ ଆରମ୍ଭ ହେବାକୁ ଯାଉଥିବା "ବିରାଟ ମହୋତ୍ସବ " ପାଇଁ ଚୌଦ୍ୱାର ବିରାଟ ମହୋତ୍ସବ ସମିତି ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ପୂର୍ବ ନିଷ୍ପତ୍ତି ଅନୁଯାୟୀ , ଆସନ୍ତା ୧୧ ୧୨ ତାରିଖ ରେ ଏହି ମହୋତ୍ସବ ସ୍ଥାନୀୟ କପାଳେଶ୍ବର ଖେଳ ପଡିଆ ରେ ଆୟୋଜନ ହେବାକୁ ସମିତି ପକ୍ଷ ରୁ ନିଷ୍ପତ୍ତି ନିଆଯାଇଥିଲା | ତେବେ ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ , ୧୧ ଓ ୧୨ ତାରିଖ ରେ କାଳବୈଶାଖୀ ର ଆଶଙ୍କା ରହିଥିଲା | ଝଡ଼ ବର୍ଷା କାରଣ ରୁ ଅତିଥି ତଥା ଦର୍ଶକ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଏହି ମହୋତ୍ସବ କୁ ସ୍ଥାନୀୟ ମ୍ୟୁନ୍ସିପାଲ୍ଟି ଟାଉନହଲ ରେ ଆୟୋଜନ କରିବାକୁ ସମିତି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ରେ ସଭାପତି ସୁବାଷ ଚନ୍ଦ୍ର ଦଳାଇ ଓ ସମ୍ପାଦକ ସୁରେଶ ରାଉତ ରାୟ କହିଛନ୍ତି | ଏହି ମହୋତ୍ସବ କୁ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଆୟୋଜନ କରାଯିବ | ପ୍ରଥମ ବର୍ଷ ଏହି ମହୋତ୍ସବ କୁ ଟାଉନହଲ ଠାରେ ସଫଳତାର ସହ ଆୟୋଜନ କରିବାକୁ ଦୃଢ ପରିକର କରିଛି ସମିତି ର ସଦସ୍ୟ ମାନେ | ଏଣୁ ସମସ୍ତ ଚୌଦ୍ୱାର ବାସୀ , ଶୁଭେଛୁ ଓ ଜନସାଧାରଣ ମାନେ ସହଯୋଗ କରିବା ସହିତ ଏହି ମହୋତ୍ସବ ରେ ଯୋଗ ଦେଇ ଏହାକୁ ଉପଭୋଗ କରିବା ପାଇଁ ସାଦର ନିମନ୍ତ୍ରଣ କରିଛନ୍ତି ଚୌଦ୍ୱାର ବିରାଟ ମହୋତ୍ସବ ସମିତି ର ସମସ୍ତ ସଦସ୍ୟ ମାନେ |