କଟକ (ଉତ୍କଳ ନ୍ୟୁଜ ) ୧୦-୦୪-୨୦୨୬: : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼ ତରଫରୁ ସ୍ଥାନୀୟ ତାଳବନ୍ଧ ପଡ଼ାରେ ଏକ ସଚେତନତା ସଭା ତଥା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେସରକାରୀ ଶିକ୍ଷାନୁଷ୍ଠାନ ଅପେକ୍ଷା ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଉତ୍ତମ ଥିବାରୁ ସରକାରୀ ସ୍କୁଲରେ ନାମ ଲେଖାଇବା ଉଚିତ ଓ ଏଥିପ୍ରତି ସମସ୍ତଙ୍କ ଦାୟିତ୍ୱ ଅଛି ବୋଲି ମତ ବ୍ୟକ୍ତ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହିମାଦ୍ରୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରୀ ଶିକ୍ଷକଙ୍କ ଉପଯୁକ୍ତ ଦକ୍ଷତା ଥିବା ଯୋଗୁଁ ସରକାରୀ ସ୍କୁଲରେ ନାମ ଲେଖାଇବା ଉଚିତ୍ ବୋଲି ମତାମତ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରୁପକ୍ଷ ନାଏକ , କାଉନସିଲର ହିମାଦ୍ରୀ ସିନ୍ଦୂର, ସଭ୍ୟ ଚନ୍ଦ୍ରହାସ୍ୟ ଗୁରୁ, ବାଲାଜୀ ଯାଦବ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କ୍ଷୀରୋଦ କୁମାର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ "ମୁଇଁ ଇସ୍କୁଲକେ ଯିମି" ନାମକ ଏକ ପଥପ୍ରାନ୍ତ ନାଟକ ଛାତ୍ର-ଛାତ୍ରୀ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମଟିକୁ ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ସଂଯୋଜନା କରିଥିବା ବେଳେ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l