ଓଡିଆ ପକ୍ଷ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ |

18

କଟକ ( ଉତ୍କଳ ନ୍ୟୁଜ ) ୦୯-୦୪-୨୦୨୬ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବଡମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିର ଉଦଘାଟନ କରିବା ସହ ରକ୍ତଦାନ ଏକ ମହତ ଦାନ ଏବଂ ଯୁବସମାଜ ଏହି ପବିତ୍ର କାର୍ଯ୍ୟରେ ସକ୍ରିୟ ଭାବେ ଯୋଗଦେବାକୁ ଉତ୍ସାହିତ କରିଥିଲେ ।

ଶିବିରରେ ସମୁଦାୟ ୬୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି, ଯାହା ଏହି ରକ୍ତଦାନ ଅଭିଯାନ ପ୍ରତି ଲୋକମାନଙ୍କ ଆଗ୍ରହ ଓ ସହଭାଗିତାକୁ ପ୍ରକାଶ କରିଛି । ଏପରି ସେବାମୂଳକ ପଦକ୍ଷେପ ଓଡିଆ ପକ୍ଷର ଉଦ୍ଦେଶ୍ୟକୁ ସୁଦୃଢ କରିବାସହ ଆଗାମୀ ଦିନରେ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ବୋଲି ମତ ପ୍ରକାଶ ପାଇଥିଲା ।