ବାସନ୍ତୀ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇଛି ପୀରାହାଟ ଓ ତିହିଡି |

47

କଟକ ( ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୬ : ବାସନ୍ତୀ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ଗାଁରୁ ସହର । ଭଦ୍ରକ ଜିଲ୍ଲା ପୀରାହାଟ ଓ ତିହିଡିରେ ଅନୁରୂପଭାବେ ମହାସମାରୋହରେ ପାଳିତ ହେଉଅଛୀ । ପୀରହାଟ ବଜାରରେ ପାରମ୍ପରିକ ବାସନ୍ତୀ ଦୂର୍ଗା ଚଳିତ ବର୍ଷ ୭୯ ବର୍ଷରେ ପଦାର୍ପଣ କରିଛି । ଅଷ୍ଟମୀରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ପୂଜା ପରମ୍ପରାକୁ ଅଧିକ ଉତ୍ସବ ମୁଖର କରିଛି । ମନ୍ଦିର ମଧ୍ୟରେ ମା’ଙ୍କ ମୂର୍ତ୍ତୀ ସହ ପାଶ୍ୱର୍ରେ ସାମାଜିକ ପରିବର୍ତ୍ତନର ବାର୍ତ୍ତା ବହନ କରୁଥିବା ମୃଣ୍ମୟୀ ମୂର୍ତ୍ତୀ ମଧ୍ୟ ଶୋଭାବର୍ଦ୍ଧନ କରିଛି । ଏଥିସହ ଆକର୍ଷିଣୀୟ ତୋରଣ ଓ ଚିତାକର୍ଷକ ଆଲୋକ ସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଛି । ପୂଜା ଉପଲକ୍ଷେ ଅପେରା ପାର୍ଟି ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି । ମା ଙ୍କ ମହିମା ଅପାର । ଯିଏ ଯାହା ମାଗିଛି ମା’ତାଙ୍କୁ ପ୍ରଦାନ କରିଛନ୍ତି । ସୂଚନା ଥାଉକି, ସ୍ୱାଧିନତାର ପରବର୍ଷ ୧୯୪୮ ମସିହାରେ ତତ୍କାଳିନ ଜମିଦାର୍ ଏହି ସ୍ଥାନରେ ମା ଙ୍କ ପାଇଁ ଭୂମି ଦାନ କରିଥିଲେ । ଗନ୍ଧର୍ବପୋଖରୀ ନିବାସୀ ସ୍ୱର୍ଗତ ରାଧାକୃଷ୍ଣ ଦାସଙ୍କ ନେତୃତ୍ୱରେ ସ୍ୱର୍ଗତ ମନମୋହନ ମହାନ୍ତି, ପରମାନନ୍ଦ ପାଣିଗ୍ରାହୀ, ଯଦୁନାଥ ପାଣି, ମାଗୁଣୀ ବାରିକ୍‌, ବାଞ୍ଛାନିଧି ବାରିକ୍ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇ ପ୍ରଥମେ ଧୂଳିଆ ଘରେ ମା ଙ୍କ ମୃଣୟୀ ମୂର୍ତ୍ତୀ ସ୍ଥାପନ କରି ପୂଜାରମ୍ଭ ହୋଇଥିଲା । ପରେ ୧୯୭୧ ମସିହାରେ ଧୂଳିଆ ଘରେ ପୂଜା ପାଇ ଆସୁଥିଲେ । ପରେ ୨୦୦୨ ମସିହାରେ ଏଠାରେ ଏକ ସ୍ଥାୟୀ ମନ୍ଦିର ନିର୍ମାଣ ହୋଇଛି । ଏକାଦଶୀ ତିଥିରେ ମା ଙ୍କ ମୃଣୟୀ ମୂର୍ତ୍ତୀର ଭଷାଣୀ କାର୍ଯ୍ୟକ୍ରମ ଥିବା କମିଟି ପକ୍ଷରୁ ସୂଚନା ମିଳିଛି । କର୍ତ୍ତାଭାବେ ପ୍ରଦୀପ ପାଣିଗ୍ରାହୀ ଓ ବାସନ୍ତୀ ପାଣିଗ୍ରାହୀ, ସୁବାଶ ଚନ୍ଦ୍ର ବଳ ଓ ସଞ୍ଜୁକ୍ତା ବଳ, ମୁଖ୍ୟ ପୂଜକ ଭାବେ ଗୋବର୍ଦ୍ଧନ ମିଶ୍ର, ଗଣେଶ ଚନ୍ଦ୍ର ମିଶ୍ର, ବିଜୟ ମିଶ୍ର, ମୃତ୍ୟୁଞ୍ଜୟ ମିଶ୍ର, ଅଚ୍ୟୁତ ମିଶ୍ର, ରଘୁନାଥ ପାଣିଗ୍ରାହୀ ପ୍ରମୁଖ ବେଦ ପଣ୍ଡିତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ଗଣେଶ ବଳ, ସମ୍ପାଦକ ନିରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ବାଇଧର ବଳ, ଉପଦେଷ୍ଟା ଉମାକାନ୍ତ ମିଶ୍ର, ବୈଲୋଚନ ନାୟକ, ଚନ୍ଦ୍ରମଣି ବେହେରା, ବସନ୍ତ ବେହେରା, ଶଶିକାନ୍ତ ମହାରଣ, ହରିଶ୍ଚନ୍ଦ୍ର ବାରିକ, ପ୍ରହ୍ଲାଦ ବାରିକ, ହିମାଦ୍ରୀ ମିଶ୍ର, କୈଳାସ ଚନ୍ଦ୍ର ବାରିକ ପ୍ରମୁଖ କମିଟି ସଭ୍ୟ ପରିଚାଳନା କରୁଛନ୍ତି ।

ତିହିଡି ସଦର ବଜାରରେ ମା ବାସନ୍ତୀ ଦୁର୍ଗା ପୂଜା ମହାସମାରୋହରେ ପାଳିତ ହେଉଅଛି । ମୁଖ୍ୟ ପୂଜକ ପ୍ରସନ୍ନ କର ଓ କର୍ତ୍ତାତ୍ତଭାବେ ପାର୍ଥସାରଥି ନାୟକ ଓ ଶାନ୍ତିଲତା ପ୍ରମୁଖ ଦାୟିତ୍ୱ ବହନ କରୁଛନ୍ତି । ଭରତଚନ୍ଦ୍ର ମହାପାତ୍ର, ମନମୋହନ ଦାସ, ହେମନ୍ତ ମହାପାତ୍ର, ବାଇଧର ମହାପାତ୍ର, କୃଷ୍ଣଚନ୍ଦ୍ର ବେହେରା, ସୌମେନ୍ଦ୍ର ପଣ୍ଡା, ବେଣୁଧର ତ୍ରିପାଠୀ, ଜ୍ୟୋତିରଞ୍ଜନ ଦାସ, ଆଲୋକ ଦାସ, ପ୍ରଫୁଲ ଯତି, କ୍ଷୀରୋଦ ଦାସ ଓ ମାନସ ବେହେରା ପ୍ରମୁଖ ପରିଚାଳନା କରୁଛନ୍ତି । ସୂଚନା ଥାଉକି, ତ୍ରେତୟା ଯୁଗରୁ ଏହି ବାସନ୍ତୀ ଦୁର୍ଗା ପୂଜା ପରମ୍ପରା ଆରମ୍ଭ ହୋଇଥିଲା । ମହିଷା ମର୍ଦ୍ଧିନୀଙ୍କୁ ମା ବିନାଶ କରିଥିଲେ । କୁହାଯାଏ, ପାରିବାରିକ କାରଣରୁ ସମାଧି ବୈଶ୍ୟ ଓ ସୁରଥରାଜ ଘର ଛାଡି ପଳେଇ ଯାଇଥିଲେ । ମାର୍କଣ୍ଡ ଋଷୀଙ୍କ ପରାମର୍ଶ କ୍ରମେ ଲଗାତର ୩ ବର୍ଷ ଧରି ଏହି ପୂଜା କରିବା ପରେ ପରିବାର ଲୋକଙ୍କୁ ଫେରି ପାଇଥିଲେ । ଯାହା ସୁଫଳ ସ୍ୱରୁପ ଆଜି ପର୍ଯ୍ୟନ୍ତ ଏହି ପୂଜା ପାଳନ କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।