ତାଳଦଣ୍ଡା କେନାଲ ରୋଡରେ ଖୋଲିଲା ଅମ୍ବର ଏନଏକ୍ସ |

21

କଟକ ( ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୬: ବସ୍ତ୍ର ପରିଧାନ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଅମ୍ବର ଏନଏକ୍ସ ଏକ ପ୍ରମୁଖ ବ୍ରାଣ୍ଡ ଭାବେ ପରିଚିତ ଅଟେ। ଆଜି (ଗୁରୁବାର) କଟକ ଚାଉଳିଆଗଞ୍ଜସ୍ଥିତ କେନାଲ ରୋଡରେ ଏହାର ଅଷ୍ଟମ ସୋରୁମ ଉଦଘାଟିତ ହୋଇଯାଇଛି । ଉଦଘାଟକ ଭାବେ ସୀତା ଦେବୀ ମାହେଶ୍ୱରୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶୀତତାପ ନିୟନ୍ତ୍ରିତ ଚାରି ମହଲା ବିଶିଷ୍ଟ ୧୦ ହଜାର ବର୍ଗଫୁଟ ପରିମିତ ଜାଗାରେ ଏହା ନିର୍ମିତ ଅଟେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଉଚ୍ଚ ଗୁଣମାନର ଜିନ୍ସ, ଟି-ସାର୍ଟ, ପ୍ୟାଣ୍ଟ୍, ସାର୍ଟ, ବ୍ଲେଜର, କୋର୍ଟ, ସେରୱାନୀ, ପଞ୍ଜାବୀ, ଚୁଡ଼ିଦାର, ସାଲୱାର୍, ବିଭିନ୍ନ ପ୍ରକାର ଶାଢ଼ୀ ଆଦି ଅନେକ ପରିଧାନ ସାମଗ୍ରୀ ମହଜୁଦ ରହିଛି ।

ଏହି ଉଦଘାଟନୀ ଉତ୍ସବ ଅବସରରେ ସମସ୍ତ କ୍ରୟ ଉପରେ ଶତକଡା ସାତ ଭାଗ ଛାଡ ରହିଛି ବୋଲି ମୁଖ୍ୟ ପ୍ରୋପାଇଟର ମାଣିକ ଚାନ୍ଦ ମାହେଶ୍ୱରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରୋପାଇଟର ଅଶୋକ କୁମାର ମାହେଶ୍ୱରୀ, ସୁନିଲ କୁମାର ମାହେଶ୍ୱରୀ, ମନୋଜ କୁମାର ମାହେଶ୍ୱରୀ, ଆକାଶ ମାହେଶ୍ୱରୀ, ଅଭିଷେକ ମାହେଶ୍ୱରୀ, କୁଶାଲ ମାହେଶ୍ୱରୀ, ମୟଙ୍କ ମାହେଶ୍ୱରୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।