ରାଜଧାନୀ ରେ କାଳବୈଶାଖୀ ର ତାଣ୍ଡବ ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା |

39

କଟକ ( ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୬ : ରାଜଧାନୀ ରେ କାଳବୈଶାଖୀ ର ତାଣ୍ଡବ ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା | ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ପବନ ଫଳରେ ଅନେକ ସ୍ଥାନରେ ଡ଼ାଳ ଭାଙ୍ଗି ରାସ୍ତାରେ ପଡିଥିବା ମଧ୍ୟ ଦେଖାଯାଇଛି । ଆଜି ସକାଳୁ ପ୍ରବଳ ଗୁଳୁଗୁଳିରେ ରାଜଧାନୀବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅପରାହ୍ନରେ ପାଗରେ ପରିବର୍ତ୍ତନ ହୋଇଛି । ଗତ କିଛିଦିନ ହେବ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖାଯାଇଥିବା ବେଳେ ଆଜି ଭୁବନେଶ୍ବରରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇଛି । ହଠାତ୍ କଳାହାଣ୍ଡିଆ ମେଘ ଆସି ପବନ ହୋଇଥିଲା । ପରେ ଘଡ଼ଘଡ଼ି ସାଙ୍ଗକୁ ମୁଷଳ ଧାରାରେ ବର୍ଷା ହେବା ସହିତ କୁଆପଥର ମଧ୍ୟ ପଡିଥିବା ଦେଖାଯାଇଛି । ତେବେ କାଳବୈଶାଖୀ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ଆଲର୍ଟ ଜାରି କରାଯାଉଛି । ଲୋକଙ୍କୁ ସତର୍କ ଏବଂ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ବୁଧବାର ମଧ୍ୟ କରଞ୍ଜିଆ, ଦିଗପହଣ୍ଡି, ଭଦ୍ରକ ଏବଂ ଯାଜପୁରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା ।