ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ମୁଖ୍ଯମନ୍ତ୍ରୀଙ୍କ ଦ୍ଵାରା ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି |
କଟକ ( ଉତ୍କଳ ନ୍ୟୁଜ ) ୨୫ -୦୩-୨୦୨୬ : ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ମୁଖ୍ଯମନ୍ତ୍ରୀଙ୍କ ଦ୍ଵାରା ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି | ରାଜ୍ୟ ସରକାରଙ୍କ ଶିକ୍ଷା ନିତି ଅନୁଯାୟୀ ସମଗ୍ର କଟକ ଜିଲ୍ଲାରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନେ ଅପ୍ରେଲ ୨ ତାରିଖରେ ଅନୁଷ୍ଠିତ ହେବାକୁଥିବା *ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ* ରେ ଯୋଗଦାନ କରିବା ପାଇଁ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କ ଦ୍ଵାରା ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ଗୁଡିକୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ୍ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ପ୍ରଦାନ କରିଛନ୍ତି।