କଟକ ( ଉତ୍କଳ ନ୍ୟୁଜ ) ୨୩-୦୩-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ରେ ଶ୍ରୀରାମ ଦଶମୀ ଉପଲକ୍ଷେ ଶ୍ରୀରାମ ନବମୀ ସମିତି ପକ୍ଷରୁ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହି ଶୋଭାଯାତ୍ରାରେ ସମିତି କର୍ମକର୍ତ୍ତାଙ୍କ ଜୟ ଶ୍ରୀରାମ ଧ୍ଵନିରେ ତିହିଡି଼ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ତିହିଡି଼ କଲେଜ ଛକ ନିକଟରୁ ଏହା ଆରମ୍ଭ ହୋଇ ତିହିଡି଼ ବଜାର ପରିକ୍ରମା କରିବା ପରେ ରାଣୀପୁରସ୍ଥିତ ତାରିଣୀ ମନ୍ଦିର ନିକଟରେ ଶେଷ ହୋଇଥିଲା। ସମିତି ସଭାପତି କିଶୋର ନାୟକ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ପି ହୃଷିକେଶ, ରଘୁନାଥ ପାତ୍ର, ବିଶ୍ୱଜିତ ବେହେରା, କେଶବ ବେହେରା, ଭରତ ଚନ୍ଦ୍ର ସାହୁ, ରଘୁନାଥ ମଲିକ, ଜୟ ପ୍ରକାଶ ବେହେରା, ରତିକାନ୍ତ ଦାସ, ତପୁନ ପାଣି, ଗଣେଶ କର, ରାଜ କିଶୋର ନାୟକ, ମନୋଜ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

ଶ୍ରୀରାମ ମନ୍ଦିର ନିକଟରେ ସକାଳେ ଗୁଆମଙ୍ଗୁଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମା ତାରିଣୀଙ୍କ ପୀଠରେ ଶୋଭାଯାତ୍ରା ପହଞ୍ଚିବା ପରେ ଶ୍ରୀରାମ ନବମୀ ସମିତି ପକ୍ଷରୁ ମାଙ୍କ ସହିତ ଅନ୍ୟ ଦେଵ ଦେବୀଙ୍କୁ ଗୁଆ ଦିଆଯାଇ ନିମନ୍ତ୍ରଣ କରା ଯାଇଥିବା ଜଣାଯାଇଛି l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।