କଟକ ( ଉତ୍କଳ ନ୍ୟୁଜ ) ୧୮-୦୩-୨୦୨୬ : ବିଶିଷ୍ଟ ଶ୍ରମିକ ନେତା, ଚୌଦ୍ୱାର ସାହିତ୍ୟ ସଂସଦ ର ପ୍ରାକ୍ତନ ସଭାପତି ବନମାଳୀ ଦାସ ଙ୍କ ୯୯ ତମ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି। ଚୌଦ୍ୱାର ସାହିତ୍ୟ ସଂସଦ ର ସଭାପତି ବିଶ୍ୱକଲ୍ୟାଣ ଦାସ ଙ୍କ ପୌରୋହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ହିନ୍ଦ ସେବକ ସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପୌରାଧ୍ୟକ୍ଷା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବରିଷ୍ଠ ଆଇନଜୀବୀ ଇଂ ଆକାଶ କୁମାର ଭୂୟାଁ, ବିଜେପି ନେତା ଇଂ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଶରତ କୁମାର ଖୁଣ୍ଟିଆ, ମାନସ ରଞ୍ଜନ ସାମଲ, ବୈଷ୍ଣବ ଚରଣ ପ୍ରଧାନ, କୈଳାଶ ଚନ୍ଦ୍ର ସାହାଣୀ, ଅକ୍ଷୟ ଭୂୟାଁ, ନରୋତ୍ତମ ଦାସ, ଡା ପିତାମ୍ବର ରାଉତରାୟ, ଭାସ୍କର ଚନ୍ଦ୍ର ରାଉତରାୟ, ଅକ୍ଷୟ ମିଶ୍ର, ଭାଗବତ ରାଉତ, ମାନସ କୁମାର ସାହୁ, ମୋନାଲିସା ଦାଶ, ଲଷ୍ମୀପ୍ରିୟା ସାହୁ, ରମେଶ ଚନ୍ଦ୍ର ଭୂୟାଁ, ଗଙ୍ଗାଧର ସାହୁ, ବିଶ୍ୱଜିତ ଭଞ୍ଜ, ସ୍ୱାଧୀନ ଦାସ, ସତ୍ୟବ୍ରତ ଦାସ ପ୍ରମୁଖ ଓଟିଏମ ବନମାଳୀ ଷ୍ଟୋର ନିକଟରେ ଅବସ୍ଥାପିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଂସଦ ର ସମ୍ପାଦକ ଦିବ୍ୟ ଜ୍ୟୋତି ପାଣି ସ୍ୱାଗତ ଭାଷଣ ଦେଇଥିଲେ। ଚନ୍ଦ୍ରପ୍ରକାଶ ପଟ୍ଟନାୟକ, ଭାସ୍କର ପ୍ରସାଦ ମହାପାତ୍ର ଶୁଭ୍ରାଂଶୁ ଭୂଷଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବନମାଳୀ ଦାସଙ୍କ ସୁକନ୍ୟା ସରିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।