ଢେଙ୍କାନାଳ ରେ କ୍ଲାସ ପକ୍ଷ ରୁ ଉଦ୍ୟମିତା ସଚେତନତା କାର୍ଯ୍ୟକ୍ରମ |

432

କଟକ ( ଉତ୍କଳ ନ୍ୟୁଜ ) ୧୭-୦୩-୨୦୨୬ : ଉଦ୍ୟମିତା ଓ ନବ ଉଦ୍ୟୋଗ ସୃଷ୍ଟି କୁ ପ୍ରୋତ୍ସାହନ ଦେବା ଲକ୍ଷ ରେ ଏମଏସଇ (MSME ) , କଟକ ପକ୍ଷ ରୁ ଏକ ଉଦ୍ୟମିତା ସଚେତନତା କାର୍ଯ୍ୟକ୍ରମ ୧୪ -୦୩-୨୦୨୬ ରିଖ ରେ ଢେଙ୍କାନାଳ ସେମିନାର ଠାରେ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ଟି ଏମଏସଇ କଟକ ଏବଂ ଡ଼ିଆଇସି ( DIC ) ଢେଙ୍କାନାଳ , କ୍ଲାସ ର ସହଯୋଗ ରେ ଆୟୋଜିତ ହୋଇଥିଲା | ଏହି ସଭା କୁ ଏମଏସଇ କଟକ ର ସହାୟକ ନିର୍ଦେଶକ ସୁବାଷ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ | ଏମଏସଇ , କଟକ ର ସହାୟକ ନିର୍ଦେଶକ ଶ୍ରୀ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଏମଏସଇ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ଓ ସୁବିଧା ବିଷୟ ରେ ଉପସ୍ଥିତ ଆଶାପ୍ରଦ ଉଦ୍ୟମି ମାନଙ୍କୁ ଅବଗତ କରାଇଥିଲେ | କାର୍ଯ୍ୟକ୍ରମ ରେ ଡ଼ିଆଇସି , ଢେଙ୍କାନାଳ ର ସସ୍ମିତା ଓ ୟୁକୋ ବ୍ୟାଙ୍କ ର ଏଫଏଲସି ର ଗୋପୀନାଥ ସାହୁ ସମ୍ମନିତ ଅତିଥି ଭାବେ ଯୋଗଦେଇ ସରକାରୀ ବିଭିନ୍ନ ଯୋଜନା , ବ୍ୟାଙ୍କ ରୂଣ ସୁବିଧା ଓ ଉଦ୍ୟମି ମାନେ କିପରି ସେଥିରୁ ଲାଭାନ୍ଵିତ ହୋଇପାରିବେ ସେ ସମ୍ବନ୍ଧ ରେ ବିସ୍ତାର ରେ ଆଲୋଚନା କରିଥିଲେ | ସଭା ରେ କ୍ଲାସ ଅଧ୍ୟକ୍ଷ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ ଉଦ୍ୟମିତା ବିକାଶ ଓ ନୂତନ ଷ୍ଟାର୍ଟଅପ ସୃଷ୍ଟି ରେ ସରକାରୀ ବିଭାଗ ଓ ବ୍ୟଙ୍କ ମାନଙ୍କ ସହଯୋଗ ବିଷୟ ରେ ତାଙ୍କ ମତ ପ୍ରକାଶ କରିଥିଲେ | ଶେଷ ରେ କ୍ଲାସ ସଦସ୍ୟ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ | କାର୍ଯ୍ୟକ୍ରମ ଟିକୁ ମାନସୀ ରାଉତ , ମହେନ୍ଦ୍ର ସ୍ୱାଇଁ ଓ ମନମୟୀ ପଟ୍ଟନାୟକ ସଫଳତା ର ସହ ଆୟୋଜନ କରିଥିଲେ |

ଏହା ପୂର୍ବ ରୁ ମଧ୍ୟ ଏମଏସଇ , କଟକ ପକ୍ଷ ରୁ ୨୮-୦୨-୨୦୨୬ ରିଖ ରେ ଯାଜପୁର ଜିଲ୍ଲା ର ଆରଖପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ଇଏପି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସଭା କୁ ଏମଏସଇ , କଟକ ର ସହାୟକ ନିର୍ଦେଶକ ସୁବାଷ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ | ଏମଏସଇ କଟକ ର ସହାୟକ ନିର୍ଦେଶକ ସୁବାଷ କୁମାର ସାହୁ ଓ ସତ୍ୟ ଶ୍ରବଣ କୁମାର ନୂତନ ଉଦ୍ୟମି ମାନଙ୍କ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ଓ ଏମଏସଇ ବିଭାଗ କିପରି ସହାୟତା କରେ ସେଥିପାଇଁ ବିସ୍ତାର ରେ ଆଲୋଚନା କରିଥିଲେ | ୟୁକୋ ବ୍ୟାଙ୍କ ଏଫ ଏଲ ସି ସତ୍ୟ ନାରାୟଣ ବେହେରା ସରକାରୀ ବିଭିନ୍ନ ଯୋଜନା , ବ୍ୟାଙ୍କ ଋଣ ସୁବିଧା ଓ ଉଦ୍ୟମି ମାନେ କିପରି ସେଥି ରୁ ଲାଭାନ୍ଵିତ ହୋଇପାରିବେ ସେ ସମ୍ବନ୍ଧ ରେ ବିସ୍ତାର ରେ ଆଲୋଚନା କରିଥିଲେ | ସଭା ରେ କ୍ଲାସ ଅଧ୍ୟକ୍ଷ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ ଉଦ୍ୟମିତା ବିକାଶ ଓ ନୂତନ ଷ୍ଟାର୍ଟଅପ ସୃଷ୍ଟି ରେ ସରକାରୀ ବିଭାଗ ଓ ବ୍ୟାଙ୍କ ମାନଙ୍କ ସହଯୋଗ ବିଷୟରେ ତାଙ୍କ ମତ ପ୍ରକାଶ କରିଥିଲେ | ସଭା ଶେଷ ରେ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଦୁଷ୍ମନ୍ତ କୁମାର ରାଉତ , ଗୌତମ ସିଂ ଓ ମଳୟ ସିଂ କାର୍ୟ୍ଯକୟକ୍ରମ ଟିକୁ ସଫଳତା ର ସହ ଆୟୋଜନ କରିଥିଲେ |