କଟକ ଜିଲ୍ଲା କଂଗ୍ରେସ୍ ପକ୍ଷରୁ କଟକ କଲେଜ ଛକରେ ଘୋଡ଼ା ବେପାର ରେ ବିକ୍ରି ହୋଇଥିବା କଂଗ୍ରେସ ବିଧାୟକ ଙ୍କ ଫଟୋ ପୋଡ଼ିଲେ ।

220

କଟକ ( ଉତ୍କଳ ନ୍ୟୁଜ ) ୧୭-୦୩-୨୦୨୬ : ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ରେ ସାମିଲ ହୋଇ କ୍ରସ ଭୋଟିଂ କରିଥିବା ତିନିଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗମାଙ୍ଗ ଙ୍କ ଫଟୋ ଥିବା ବ୍ୟାନର ପୋଡ଼ିଲେ କଂଗ୍ରେସ କର୍ମୀ । କଟକ ଜିଲ୍ଲା କଂଗ୍ରେସ୍ ସଭାପତି ପ୍ରଦୀପ୍ତ ଦାସ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ସନ୍ଧ୍ୟାରେ କଟକ କଲେଜ ଛକ ସ୍ଥିତ ନେତାଜୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ପଥପ୍ରାନ୍ତ ସଭା କରାଯାଇ ଏହି ତିନି ବିଧାୟକ କିପରି ଦଳ ପ୍ରତି ବେଇମାନ କରିବା ସହ ଘୋଡ଼ା ବେପାର କରି ନିଜକୁ ବିକ୍ରି କଲେ ସେ ସମ୍ପର୍କରେ କହିବା ସହ ଆଗାମୀ ଦିନରେ କଟକ ସହର ବାସୀ ଓ କଂଗ୍ରେସ କର୍ମୀ ଏମାନଙ୍କୁ ଉଚିତ୍ ଜବାବ୍ ଦେବେ ବୋଲି କହିଥିଲେ । ଏଥି ସହିତ ପିସିସି ସଭାପତି ଏମାନଙ୍କୁ ତୁରନ୍ତ ଦଳରୁ ବହିସ୍କାର କରିବା ପାଇଁ ଦାବୀ କରିଥିଲେ । ବିଜେପି ପାଖରେ ସଂଖ୍ୟା ନଥାଇ ପ୍ରାର୍ଥୀ ଦେଇ ଯେଉଁ ପ୍ରକାର ଘୋଡ଼ା ବେପାର କଲା ସେଥିପାଇଁ ନିନ୍ଦା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କଟକ ନଗର (ଜିଲ୍ଲା) କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା,ବିଶିଷ୍ଟ ଛାତ୍ର ନେତା ହରିଶଙ୍କର ରାଉତ,ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ସାହୁ, ସମେତ ବହୁ ଯୁବଛାତ୍ର ନେତା ଯୋଗଦେଇ ଥିଲେ ।