କଟକ ( ଉତ୍କଳ ନ୍ୟୁଜ ) ୧୭-୦୩-୨୦୨୬ : କଟକ ଏସସିବି ଘଟଣା ଉପରେ ଜିଲ୍ଲା କଂଗ୍ରେସର ପ୍ରତିନିଧି ଦଳ ଏସସିବି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଓଏମପି ଡାକ ବଙ୍ଗଳ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏଥିରେ କଂଗ୍ରେସ ର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଜିଲ୍ଲା ସଭାପତି ପ୍ରଦୀପ୍ତ ଦାସ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ସୁରେଶ ମହାପାତ୍ର ଏହି ସାମ୍ବାଦିକ ସମିଲିଣି ରେ ଦାବୀ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ନୈତିକ ଦୃଷ୍ଟିରୁ ଦିୟନ୍ତୁ, ତଥା ମୁଖ୍ୟମନ୍ତ୍ରୀ ମୃତ୍ୟୁ ପରିବାରକୁ ୨୫ ଲକ୍ଷ ଘୋଷଣା କରିଛନ୍ତି ତାହାକୁ ଏକ କୋଟି ଟଙ୍କା କ୍ଷତି ପୂରଣ ସହିତ ମୃତ୍ୟୁ କରିଥିବା ପରିବାର ବ୍ୟକ୍ତିଙ୍କ ମଧ୍ୟରେ ଜଣକୁ ଚାକିରୀ ଦିଆଯାଉ | ଏହି ଭୟାବହ ଅଗ୍ନିକାଣ୍ଡ ପାଇଁ ଯୋଉ ବିଭାଗ ଦାୟି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛି ଜିଲ୍ଲା କଂଗ୍ରେସ କମିଟି |