ଜିଲ୍ଲାସ୍ତରୀୟ ପିଏମ୍ କିଷାନ ସମ୍ମାନନିଧି ଯୋଜନା |

34

କଟକ ( ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୬ : ପି ଏମ୍ କିଷାନ ସମ୍ମାନନିଧି ଯୋଜନାର ୨୨ତମ କିସ୍ତି ଆଜି ପ୍ରଦାନ କରାଯାଇଛି । କଟକ ଜିଲ୍ଲାର ସମୁଦାୟ ୧ ଲକ୍ଷ ୫୫ହଜାର ୭୦୭ ଜଣ ହିତାଧିକାରୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରାଯାଇଛି । ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ରାଜଧାନୀ ଗୁଆହାଟୀରୁ ଡ଼ିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ୨୨ତମ କିସ୍ତି ଦେଶର ଅନ୍ନଦାତା ଭାଇଭଉଣୀମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଜଗତପୁର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷରେ ପିଏମ କିଷାନ ଉତ୍ସବ ଦିବସ ପାଳନ କରାଯିବା ସହ ଜାତୀୟ ଓ ରାଜ୍ୟସ୍ତରୀୟ ସମାରୋହ ଓ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନର ସିଧା ପ୍ରସାରଣ କୃଷକ ଭାଇଭଉଣୀମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା । ଚାଷୀଙ୍କୁ ସଶକ୍ତ ଏବଂ କୃଷିକୁ ସମୃଦ୍ଧ କରିବା ଲକ୍ଷ୍ୟ କ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି କଟକ ଜିଲ୍ଲାର ୧ ଲକ୍ଷ ୫୫ହଜାର ୭୦୭ ଜଣ ହିତାଧିକାରୀ ଚାଷୀଙ୍କୁ ସହାୟତା ରାଶି ଡ଼ିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଦେଶର ୯.୩୨ କୋଟି ଅନ୍ନଦାତାଙ୍କ ଆକାଉଣ୍ଟକୁ ୨୨ ତମ କିସ୍ତି ହସ୍ତାନ୍ତର କରିଛନ୍ତି । ଏହି କ୍ରମରେ ଓଡ଼ିଶାର ୩୪ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା କୃଷକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହା ଅଧୀନରେ ଜମି ଥିବା ଚାଷୀମାନଙ୍କୁ ପ୍ରତିବର୍ଷ ତିନୋଟି କିସ୍ତିରେ ୨୦୦୦ ଟଙ୍କା କରି ସର୍ବମୋଟ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ସହାୟତା ଚାଷୀ ଭାଇ ଭଉଣୀ ମାନଙ୍କୁ ଚାଷ ଋତୁ ପୂର୍ବରୁ ବିହନ, ସାର ଓ ଔଷଧ କ୍ରୟ କରିବାରେ ସାହାଯ୍ୟ କରୁଛି । ଆଜିର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜ଼ିଲ୍ଲା କୃଷି ଅଧିକାରୀଙ୍କ ଜିଲ୍ଲାର ବିଭିନ୍ନବ୍ଲକରୁ ପିଏମ କିଷାନ ଯୋଜନାର ହିତାଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।