କଟକ ( ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୬ : ୧୯୭୦ ଦଶକରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଚାଷୀ, ଭାଗଚାଷୀ ଓ ଶ୍ରମଜୀବି ମଣିଷଙ୍କ ନ୍ୟାର୍ଯ୍ୟ ଦାବି ଓ ଅଧିକାର ପାଇଁ ଲଢେଇ କରି ଆସିଥିବା ବର୍ଷିଆନ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କର ପରଲୋକ ଘଟିଛି। ମୃତ୍ଯୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟତା ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ଜଣା ଯାଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି, ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀ ମାନେ ତାଙ୍କ ଶବାଧାରରେ ସାମିଲ ହୋଇ ପୁଷ୍ପ ଅର୍ପଣ କରିଥିଲେ । କମ୍ରେଡ ସନାତନ ଦାସ ଲାଲ ସଲାମ୍ ଧ୍ବନିରେ ଦୌଲତପୁର ପଞ୍ଚାୟତ ପ୍ରକମ୍ପିତ ହୋଇଥିଲା । ଶେଷରେ ତାଙ୍କ ମରଶରୀରକୁ ତାଙ୍କ ଘରବାଡିରେ ଦାହ କରା ଯାଇଥିଲା । ଶବାଧାରରେ ସିପିଆଇ ଭଦ୍ରକ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇର ବରିଷ୍ଠ ନେତା ସନ୍ଥ ଚରଣ ବିଶ୍ବାଳ, ରମେଶ ଜେନା, ଗୌରହରି ମିଶ୍ର, ଭାଗିରଥି ରାଉତ, ନାରାୟଣ ତ୍ରିପାଠୀ, ରବିନ୍ଦ୍ର ବାରିକ୍, ଅଖାଲୁ ବାରିକ୍, ସନାତନ ବାବୁଙ୍କ ବଡପୁତ୍ର କାଶିନାଥ ଦାସ ପ୍ରମୁଖ ସାମିଲ ହୋଇ ବର୍ଷିଆନ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଶବାଧାରରେ ତିହିଡି ବ୍ଲକର ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |