ଜନଗଣନା ୨୦୨୭ ନିମନ୍ତେ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ |

5

କଟକ ( ଉତ୍କଳ ନ୍ୟୁଜ ) ୧୧ -୦୩-୨୦୨୬ : ୨୦୨୭ ଜନଗଣନାକୁ ସ୍ଵଚ୍ଛତା ଅବଲମ୍ବନ ପୂର୍ବକ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ପ୍ରଥମ ପର୍ଯ୍ଯାୟରେ ୩୩ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସଫଳତା ପୂର୍ବକ ପ୍ରଶିକ୍ଷଣ ସମ୍ପନ୍ନ କରିଥିବାରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ୯ମାର୍ଚ୍ଚ ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଦୁଇଟି ବ୍ୟାଚ୍ ରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୬୬ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

କଟକ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ଯକ୍ରମ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ କମଲଜିତ ଦାସଙ୍କ ସହ ପରିଚାଳନା ଓ ପ୍ରଶାସନିକ ତଦାରଖ ପୂର୍ବକ ଏହି ପ୍ରଶିକ୍ଷଣ କାର୍ଯ୍ଯକ୍ରମ କରାଯାଉଛି । ଦୁଇ ଜଣ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ପ୍ରଥମଥର ପାଇଁ ଏହି ଜନଗଣନା ସଂପୂର୍ଣ୍ଣଭାବେ ଡିଜିଟିକରଣ ମାଧ୍ୟମରେ କରାଯାଉଛି । ସହକାରୀ ନିର୍ଦ୍ଦେଶକ ( ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ର) ଶ୍ରୀମତୀ ମିଲିତା ଦତ୍ତ ଓ ଡେପୁଟି କଲେକ୍ଟର,(ଜନଗଣନା) ନୁରି ପରଭିନ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।