କଟକ ( ଉତ୍କଳ ନ୍ୟୁଜ ) ୪-୦୩-୨୦୨୬ : କୁମ୍ଭ ବୁଡ଼ା ପାଇଁ ଆସିଥିବା ଡିଜେକୁ ନେଇ ଗୋଷ୍ଟି ସଂଘର୍ଷ । ଉଭୟ ପକ୍ଷରୁ ୧୨ ଜଣ ଆହତ । ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର । ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ ପଞ୍ଚାୟତ ଅଧିନ ଖରିଦାପାଟଣା ଗ୍ରାମରେ ଘଟିଛି ଏପରି ଗୋଷ୍ଟି ସଂଘର୍ଷ । ଗାଁରେ ତୀବ୍ର ଉତ୍ତେଜନା ଜାରି ରହିଥିବା ବେଳେ ନିୟନ୍ତ୍ରଣ କରିବା ଲାଗି ଗାଁ ରେ ପହଁଞ୍ôଚଲା ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ । ସୂଚନା ମୁତାବକ, ମଙ୍ଗଳବାର ଦିନ ବାରୋ ଚାଦିମାହାଲ ଯାଦବ କମିଟି ପକ୍ଷରୁ ଆୟୋଜିତ କୁମ୍ଭ ବୁଡ଼ା ପାଇଁ ଏହି ଗାଁର ପରିଡାସାହିର ଲୋକମାନେ ଗୋଟିଏ ଡିଜେ ଆଣିଥିଲେ । ହେଲେ ପଲେଇସାହିର ଲୋକମାନେ ତାହାକୁ ବିରୋଧ କରିବା ସହିତ ଉକ୍ତ ଡିଜେକୁ ତାଙ୍କ ସାହି ଦେଇ ଛାଡିନଥିଲେ । ଘଟଣାକୁ ନେଇ ସେତେବେଳେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ବୁଧବାର ଡିଜେ ବଜାଇ ପରିଡାସାହିର ଯୁବକମାନେ ହୋଲି ଖେଳୁଥିବା ବେଳେ ପଲେଇସାହିର ଲୋକମାନେ ବିରୋଧ କରିଥିଲେ । ଏହାକୁ ନେଇ ହଠାତ୍ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଫଳରେ ଉଭୟ ପକ୍ଷରେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠା ଯାଇଛି । ଖବର ପାଇ ତିହିଡି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଁଞ୍ôଚ ଥିବାବେଳେ ଭଦ୍ରକ ଏସପିଙ୍କ ନିର୍ଦେଶରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ପଇଁତରା ମାରୁଥିବା ଜଣା ଯାଇଛି । ଏଠାରେ ସୂଚନା ଥାଉକି, ମେଳନ ଓ କୁମ୍ଭ ବୁଡା ଉତ୍ସବରେ ଡିଜେ ବାଜାକୁ ନେଇ ତିହିଡି ପୋଲିସ ସମ୍ପୂର୍ଣ୍ଣ ବାରଣ କରିଥିଲା । ଏନେଇ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି ମଧ୍ୟ କରାଯାଇଥିଲା ମାତ୍ର କେତେକ ସ୍ଥଳରେ ଉତ୍ଶୃଙ୍ଖଳିତ ଯୁବଗୋଷ୍ଠି ଏହାକୁ ନମାନି ଡିଜେ ବଜାଇ ଆସୁଛନ୍ତି । ଏହା ପୋଲିସର ପାରିଆ ପଣିଆ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |