କଟକ କେଶବଧାମରେ ଜାତୀୟ ବିଜ୍ଞାନ ଦିବସ ପାଳିତ |

435

କଟକ (ଉତ୍କଳ ନ୍ୟୁଜ ) ୨୮-୦୨-୨୦୨୬ : କଟକ ସଦର ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମଠାରେ ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ଏହି ଦିବସରେ ମୁଖ୍ୟ ଅତିଥିଭାବେ ସିଲିକନ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱରର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଡ.ଶିବ ଶଙ୍କର ନାୟକ ଯୋଗ ଦେଇଥିଲେ।ସମ୍ମାନିତ ଅତିଥିଭାବେ ସରସୁଦା ଉଚ୍ଚ ବିଦ୍ୟାଳୟ ଜଗତସିଂହପୁରର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅରବିନ୍ଦ କର ଏବଂ ଜନପ୍ରିୟ ବିଜ୍ଞାନ ଲେଖକ ଡ ନିତ୍ୟାନନ୍ଦ ସ୍ୱାଇଁ ମଧ୍ୟ ଯୋଗ ଦେଇଥିଲେ। ବିଦ୍ୟାଳୟର ଆଚାର୍ଯ୍ୟ ତଥା ବିଜ୍ଞାନ ପ୍ରମୁଖ ପ୍ରସନ୍ନ କୁମାର ଆରୁକ ଅତିଥି ପରିଚୟ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ପ୍ରକଳ୍ପ ପ୍ରମୁଖ ସନ୍ତୋଷ କୁମାର ପଣ୍ଡା ଏହି ଦିବସର ଉଦ୍ଦେଶ୍ୟ କଥନ ବିଷୟରେ ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ସି ଭି ରମଣଙ୍କ ଜୀବନୀ ଏବଂ ତାଙ୍କର ବିଜ୍ଞାନକୁ ଅବଦାନ ବିଷୟରେ ଅଭିଭାଷଣ ଦେଇଥିଲେ। ବିଜ୍ଞାନ ପ୍ରଚାର ସମିତି ତରଫରୁ ବିଜ୍ଞାନ କୁଇଜ ପ୍ରତିଯୋଗିତା ଏବଂ ବିଦ୍ୟାଳୟ ତରଫରୁ ବିଭିନ୍ନ ବିଜ୍ଞାନ ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ସଫଳ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ୍ ଏବଂ ଟ୍ରଫି ପ୍ରଦାନ କରିଥିଲେ।ପରିଶେଷରେ ବିଜ୍ଞାନ ଆଚାର୍ଯ୍ୟ ବନମାଳୀ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ଭାରତୀ ଏବଂ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇପାରିଥିଲା।