ଆରୁହା ଜୟ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ବିଶାଳ ଶୋଭାଯାତ୍ରା |

623

କଟକ ( ଉତ୍କଳ ନ୍ୟୁଜ ) ୨୮-୦୨-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ଗ୍ରାମ ପଞ୍ଚାୟତ ଅଧିନ ଆରୁହାସ୍ଥିତ ଜୟ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶନିବାର ପୂର୍ବାହ୍ନରେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଶତାଧିକ ମହିଳା ଓ ପୁରୁଷ ସମ୍ମିଳୀତ ଭାବେ ଆରୁହା ଗ୍ରାମ ସମେତ ଆଖପାଖ ଗ୍ରାମ ପରିକ୍ରମା କରିଥିଲେ । କର୍ତ୍ତାଭାବେ ତପନ ସ୍ୱାଇଁ ଓ ଜୟଶ୍ରୀ ସ୍ୱାଇଁ ଏବଂ ମୁଖ୍ୟ ପୂଜକ ଶ୍ରୀନିବାସ ମିଶ୍ରଙ୍କ ସମେତ ୫ ଜଣ ବେଦପଣ୍ଡିତ ଦାୟିତ୍ୱ ନିର୍ବାହ କରୁଛନ୍ତି । ଇନ୍ଦିରା ପଲ୍ଲୀ ସାହିତ୍ୟ ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି । ସଂଗଠନର ସଭାପତି ଭାବେ ତପନ ସ୍ୱାଇଁ, ସମ୍ପାଦକ ଶଶିକାନ୍ତ ସ୍ୱାଇଁ, ଦେବେନ୍ଦ୍ର ନାୟକ, ଚନ୍ଦନ ହୋତା, ଯୁଗଳ କିଶୋର ମଲ୍ଲିକ, ଶାନ୍ତନୁ ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, କମଳାକାନ୍ତ ସାମଲ, ନୃସିଂହ ନାୟକ, ମହେଶ୍ୱର ରାଉଳ, ପ୍ରକାଶ ନାୟକ, ଅଶ୍ୱିନୀ ମଲ୍ଲିକ, ଗୋପବନ୍ଧୁ ସ୍ୱାଇଁ, ଭାବଗ୍ରାହୀ ମଲ୍ଲିକ, ଚକ୍ରଧର ସ୍ୱାଇଁ, ଉମେଶ ସ୍ୱାଇଁ, ନାରାୟଣ ସ୍ୱାଇଁ, ନିଶିକାନ୍ତ ସାମଲ, ଅକ୍ଷୟ ନାୟକ, ସ୍ନେହାଶିଶ ସୂତାର, ବଳରାମ ବାରିକ, କରୁଣାକର ନାୟକ, ସୁବାଶ ନାୟକ, ସୀମାଞ୍ଚଳ ବେହେରା, ପ୍ରାଣୁକୃଷ୍ଣ ରାଉଳ, ଗୟାଧର ନାୟକ, ଚକ୍ରଧର ନାୟକ, ଲକ୍ଷ୍ମୀଧର ନାୟକ ଓ ଭାଗିରଥି ନାୟକ ପ୍ରମୁଖ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମ ୩ ଧରି ଚାଲିବ । ଶୁକ୍ରବାର ଅଙ୍କୁରାରୋପଣ ଓ ଅଧିବାସ ସହ ସଂଧ୍ୟାରେ ଘଟସ୍ଥାପନ କରାଯାଇଥିଲା । ଶନିବାର ସଂଧ୍ୟାରେ କୃପାସିନ୍ଧୁ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ରହିଥିବା ବେଳେ ରବିବାର ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ସହ ଯଜ୍ଞାରମ୍ଭ ହେବ ଏବଂ ସୋମବାର ଗୋଧୂଳି ବେଳାରେ ଯଜ୍ଞର ପୂର୍ଣ୍ଣାହୂତି, ପ୍ରସାଦ ସେବନ ଏବଂ ସଂଧ୍ୟାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।