ସ୍ବର୍ଗତ ଗୈାରାଙ୍ଗ ରଣାଙ୍କ ଶ୍ରଦ୍ଧାଞ୍ଜଳି ସଭା |

39

କଟକ ( ଉତ୍କଳ ନ୍ୟୁଜ ) ୨୭-୦୨-୨୦୨୬ : କଟକ ମ୍ୟୁନିସିପାଲିଟିର ଓ୍ବାର୍ଡ ନଂ ୫୨ ଓ୍ବାର୍ଡ ଅନ୍ତର୍ଗତ ରାଜେନ୍ଦ୍ର ନଗର ନିବାସୀ ସ୍ଵର୍ଗତ ଗୌରାଙ୍ଗ ରଣା ଙ୍କ ଦ୍ବାଦଶ ଶ୍ରଦ୍ଧାଞ୍ଜଳି ସଭାରେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ସ୍ବର୍ଗତ ରଣାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟଙ୍କ ଭେଟି ଶୋକ ସଂପୃକ୍ତ ପରିବାରକୁ ସମବେଦନା ଜଣାଇବା ସହିତ ସ୍ବାର୍ଗତ ଆତ୍ମାର ସଦଗତୀ କାମନା କରିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୨ ଓ୍ବାର୍ଡ କର୍ପୋରେଟର ସୈାଭାଗିନୀ ଜେନା ସ୍ବର୍ଗତ ରଣାଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜେନ୍ଦ୍ର ନଗର ଅଧିବାସୀ ଏବଂ ସହରର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇ ସ୍ବର୍ଗତ ରଣାଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।