ଫାସିପଡ଼ା ଗୁଣିଗାରେଡି ଘଟଣା| ହାଇକୋର୍ଟ ନିର୍ଦ୍ଧେଶ ପରେ ପ୍ରଶାସନ ପକ୍ଷରୁ ବୋୖଠକ

166

ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଦାନପୁର ପଞ୍ଚାୟତ ଫାସିପଡ଼ା ଗ୍ରାମରେ ହୋଇଥିବା ଗୁଣିଗାରେଡି ଘଟଣାର ଆଜି ଦାନପୁର ପଞ୍ଚାୟତ ସମିତି ଗୃହରେ ଏକ ପୋଲିସ ପ୍ରଶାସନ ତରଫରୁ ଆପୋଷ ସମାଧାନର ବୋୖଠକ ଅନୁଷ୍ଠିତ ହୋଇଥିଲା l 2012 ମସିହାରେ ଏକ ଗୁଣିଗାରେଡିକୁ ନେଇ ଗ୍ରାମରେ ଏକ ଭୟଙ୍କର ଉତେଜନା ସୃଷ୍ଟି ହୋଇଥିଲା ଯାହାଦ୍ୱାରା ପୋଲିସ ପକ୍ଷରୁ ଲାଠିଚାର୍ଜ ସହ ଗୁଳିକାଣ୍ଡ କରାଯାଇଥିଲା l ଏଥିରେ ପୋଲିସ ଗୁଳିରେ ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ବରଣ ହୋଇଥିବା ବେଳେ କେତେକ ବ୍ୟକ୍ତି ଆହତ ହୋଇଥିଲେ l ଗ୍ରାମର 40ରୁ50 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା l ଏବଂ ରେଡ଼କ୍ରସ ଓ ପ୍ରଶାସନ ତରଫରୁ ମୃତ ବ୍ୟକ୍ତିଙ୍କୁ ଦୁଇ ଲକ୍ଷ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ଯାହାଙ୍କୁ ନେଇ ଗ୍ରାମରେ ଉତେଜନା ସୃଷ୍ଟି ହୋଇଥିଲା ସେ ବ୍ୟକ୍ତି ଫାଶୀପଡ଼ା ଗ୍ରାମର ଭୀମ ନାହାକ l ସେ ହାଇକୋର୍ଟର ଆଶ୍ରୟ ନେଇଥିଲେ ଯାହାଫଳରେ ଦୀର୍ଘ ଆଠ ବର୍ଷ ବ୍ୟବଧାନରେ ହାଇକୋର୍ଟଙ୍କ ନୋଟିସ ପରେ ଗଞ୍ଜାମ ଏସିପିଙ୍କ ନିର୍ଦ୍ଧେଶ କ୍ରମେ ଆଜି ଦିବା 11.00 ଘଣ୍ଟ ସମୟରେ ଦାନପୁର ପଞ୍ଚାୟତ ସମିତି ପରିସରରେ ଏକ ସମାଧାନର ବୋୖଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଛତ୍ରପୁର ଡ଼ିଏସିପି ଉତ୍ତମ କିଶୋର ଦାସ, ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ୱାଇଁ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, ଖଲ୍ଲିକୋଟ ଆଇଆଇସି ସତ୍ୟ ନାରାୟଣ ପ୍ରଧାନ ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଏଥିରେ ଉପସ୍ଥିତ ଥିଲେ l ଦାନପୁର ସରପଞ୍ଚ ଓ ଗ୍ରାମର ବ୍ୟକ୍ତି ବିଶେଷ ଏହି ବୋୖଠକରେ ଯୋଗ ଦେଇଥିଲେ l ଘଟଣା ଦିନ ଠାରୁ ଭୀମ ନାହାକ ଅନ୍ୟତ୍ର ରହୁଥିବା ବେଳେ ନିଜ ଗ୍ରାମକୁ ଫେରିବା ପାଇଁ ଏହି ବୋୖଠକ ଅନୁଷ୍ଠିତ ହୋଇଥିଲା l ଗ୍ରାମବାସୀ ଓ ଅଭିଯୋଗକାରୀଙ୍କ ଅଭିଯୋଗ ପୋଲିସ ପ୍ରଶାସନ ନଜରକୁ ନେଇଥିଲେ l ଏହି ବୋୖଠକରେ ଉଭୟ ପକ୍ଷକୁ ପୋଲିସ ବୁଝାସୁଝା କରିଥିଲେ l ଅପରପକ୍ଷଙ୍କ ଅଭିଯୋଗ କ୍ରମେ ଯାହା ସବୁ କେସ ହୋଇଛି ସେ ସବୁକୁ ପ୍ରତ୍ୟାହାର କରିବେ, ନିରୀହ ବ୍ୟକ୍ତିଙ୍କ ଯାହା ସବୁ କ୍ଷତି ହୋଇଛି ତାହା ପୂରଣ ହେବ ଓ ଗ୍ରାମରେ ଶାନ୍ତି ବଜାୟ ରଖି ରହିବାକୁ ହେବ ତାହାହେଲେ ଆମେ ସନ୍ତୁଷ୍ଟ ଭାବରେ ସମାଧାନକୁ ଗ୍ରହଣ କରିବୁ l ସମସ୍ତ ଅଭିଯୋଗ ବିଷୟକୁ ପୋଲିସ ଆଖି ଆଗରେ ରଖି ପରବର୍ତ୍ତୀ ଦିନରେ ପୁଣି ଏହାର ପୁନରାବୃତ୍ତି ବୋୖଠକ ହେବ ବୋଲି ଡ଼ିଏସିପି ସୂଚନା ଦେଇଛନ୍ତି l ଅଭିଯୋଗକାରୀଙ୍କ ସବୁ କଥାକୁ ପୋଲିସ ନିଜ ଡ଼ାଏରିରେ ଲିଖିତ ରୂପେ ରଖିଥିଲେ l ସାମାଜିକ ଦୂରତା ରଖିବା ସହ ଶାନ୍ତି ଶୃଙ୍ଖଳାରେ ବୋୖଠକ ସମାପ୍ତ ହୋଇଥିଲା କୋଦଳା ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |