ଜେଲ ରୁ ଖଲାସ ହୋଇ ଘରକୁ ଫେରିପାରିଲେନି,ଜେଲ ବାହାରେ କଟିଲା ରାତି

169

କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାରା ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।୨ ଜଣ ଆଜୀବନ ସଜା କାଟୁଥିବା କଏଦି ବୁଧୁବାର ସନ୍ଧ୍ୟାରେ ମୁକୁଳିବା ପରେ ରାତିସାରା ଜେଲ ପରିସର ବାହାରେ ଥିବା ଅଗନ୍ତୁକ ପ୍ରତୀକ୍ଷାଳୟ ବାହାରେ ରାତ୍ରି ଯାପନ କରିଛନ୍ତି।୨ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧଙ୍କ ସ୍ୟାସ୍ଥ୍ୟ ଅବସ୍ଥା ଭଲ ନଥିବା ବେଳେ ଆଉ ଜଣେ ଷ୍ଟେଚେର ରେ ବୁହାହୋଇ ଆଜି ସକାଳେ କଟକ ବଡମେଡିକାଲ କୁ ଏକ ଆମ୍ବୁଲାନ୍ସ ଯୋଗେ ଏନଜିଓ ମାଧ୍ୟମରେ ପଠା ଯାଇଛି।ପ୍ରଶ୍ନଉଠୁଛି ଏଠାରେ ଯଦି ରାତି ଭିତରେ ୨ ଜଣଙ୍କ ସହ କିଛି ଅଘଟଣ ଘାଟିଥାନ୍ତା କିଏ ଦାଇରହିଥାନ୍ତା।ଏ ନେଇ ଜେଲ ସୁପରିଟେଣ୍ଡ ସୁଭକାନ୍ତ ମିଶ୍ରଙ୍କୁ ପଚାରିବାରୁ କାଲି ୬ଜଣ ଆଜୀବନ ସଜା କାଟୁଥିବା କଏଦି ମାନଙ୍କୁ ଖଲାଶ କରା ଯାଇଥିଲା ଉକ୍ତ କଏଦି ମାନଙ୍କର ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା କିନ୍ତୁ ଏହି ୨ ଜଣଙ୍କ ପରିବାର ଲୋକେ କରନା କଟକଣା ପାଇଁ ଏମାନଙ୍କୁ ନେବାକୁ ଆସିନଥିଲେ।ସଖାଳେ ଜେଲ କତ୍ତୃପକ୍ଷ ଏନେଇ ଚୌଦ୍ୱାର ପୋଲିସ କୁ ଖବର ଦେଲାପରେ ଚୌଦ୍ୱାର ପୋଲିସ ତରଫରୁ ଗୋଟେ ଏନଜିଓ ସହାୟତାରେ ୨ ଜଣଙ୍କୁ ମେଡିକାଲ ପଠା ଯାଇଥିବା ସୂଚନା ଦେଇଛନ୍ତି। ଶାଳଗାଁ ରୁ ସୁଶାନ୍ତ କୁମାର ବାରିକ ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |