ଶିକ୍ଷୟତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ଗୋଡାଇ ଗୋଡାଇ ହାଣି ହତ୍ୟା |

281

ଯାଜପୁର ଜିଲ୍ଲାରେ ଆଜି ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ଗୋଡାଇ ଗୋଡାଇ ହାଣି ହତ୍ୟା କରାଯାଇଛି । ଯାଜପୁର ରୋଡ ଥାନା ରାଛିପୁର ଛକ ନିକଟରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତା ଶିକ୍ଷୟତ୍ରୀ ହେଲେ ଯୋଗମାୟା ଜେନା । ସେ ଜଣେ ସହକର୍ମୀଙ୍କ ସହିତ ବାଇକ ଯୋଗେ ନିଜ ଘରକୁ ଫରୁଥିବା ବେଳେ ଜଣେ ଦୂୁର୍ବୁତ ତାଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ସହର୍କମୀ ମୋହନ ମୁଦୁଲି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ହେଁ ପାରିବାରିକ ହିଂସା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପଂହିଚି ଅନୁସନ୍ଧାନ ଆରମ୍ଭ କରିଛି । ଯାଜପୁର ଏସ.ପି ଚରଣ ସିଂ ମିନା ଘଟଣାର ଅନୁଧ୍ୟାନ କରିବା ସହିତ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ଓ ଅଭିଯୁକ୍ତ ଖୁବ ଶିଘ୍ର ଧରାପଡିବେ ବୋଲି ସେ କହିଛନ୍ତି । କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |