କାଠଯୋଡ଼ିକୁ ଡେଇଁବାର ଘଣ୍ଟାଏ ଭିତରେ ଉଦ୍ଧାର ହେଲେ ଦୁଇ ଯୁବତୀ

330

ଘଣ୍ଟାଏ କସରତ ପରେ ନଦୀରୁ ଉଦ୍ଧାର ହେଲେ ଦୁଇ ଯୁବତୀ। କଟକ ତ୍ରିଶୁଳିଆ ବ୍ରିଜ୍‌ରୁ କାଠଯୋଡ଼ିକୁ ଡେଇଁ ପଡ଼ିଥିବା ଦୁଇ ଯୁବତୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତେବେ ଆଜି ଉଦ୍ଧାର ବେଳେ ନଦୀ କୂଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।ଉଭୟେ ନାଲି ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଜଣାପଡ଼ିଥିଲା। ତେବେ ଉଭୟେ କେଉଁ କାରଣ ପାଇଁ ନଦୀକୁ ଡେଇଁପଡ଼ିଥିଲେ ତାହା ଜଣାପଡ଼ି ନାହିଁ। ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ପାଞ୍ଚଟାରେ ହଠାତ୍ ଦୁଇଜଣ ମହିଳା ନଦୀକୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ମା’ ଝିଅ ବୋଲି ସନ୍ଦେହ କରୁଥିଲେ। ତେବେ ସେମାନେ ନଦୀରେ କିଛି ଦୂର ଭାସିଯିବା ପରେ ଏକ ବୁଦାରେ ଲାଗିଥିଲେ।ଖବର ପାଇ କିଛି ସମୟ ପରେ ଆସି ପହଞ୍ଚିଥିଲା ଅଗ୍ନିସମ ଟିମ୍‌। ଆଉ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଅପରେସନ୍‌ ପରେ ସମ୍ପୃକ୍ତ ଦୁଇ ଯୁବତୀଙ୍କୁ ସୁସ୍ଥ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲା ଅଗ୍ନିସମ ଟିମ୍‌। କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |