ଅଧରପଣା ନୀତି ସମ୍ପନ୍ନ ,ଶନିବାର ନୀଳାଦ୍ରି ବିଜେ |

151

ପୁରୀ, ୩୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ପରେ ଗତକାଲି ସୁନାବେଶ ଅନୁଷ୍ଠିତ ହୋଇଥିଲା। ଆଜି ରଥରେ ସନ୍ଧ୍ୟାଧୂପ ପରେ ଅଧର ଚୁମ୍ବି ମାଟିପାତ୍ରରେ ଅଧରପଣା ଅର୍ପଣ କରାଯାଇଛି। ପ୍ରତ୍ୟେକ ରଥରେ ତିନୋଟି ଲେଖାଏଁ ପଣାହାଣ୍ଡି ଅର୍ପର କରାଯାଇଥାଏ। ଶେଷରେ ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥାରୂଢ ଅନୁଚର, ଅନୁଗାମୀ, ସହଚର, ଋଷି, ଗନ୍ଧର୍ବ, ଯକ୍ଷ, କିନ୍ନ ର, ଅଶରୀର, ପି ଚାସ, ଯୋଗିନୀ ଓ ଚଣ୍ଡି ଚାମୁଣ୍ଡାମାନେ ଏହି ପଣା ପାଇ ପ୍ରୀତ ହୋଇ ବାହୁଡିଛନ୍ତି। ପ୍ରଭୁଙ୍କ ପ୍ରସାଦ ପାଇବା ପାଇଁ ଏମାନେ ରଥର ସୁରକ୍ଷା ନେଇ ଯାତ୍ରାରେ ଯାଇଥିଲେ। ପଣାପାଇ ମୁକ୍ତ ଓ ମୋକ୍ଷ ହୋଇଛନ୍ତି। ଗୁଣ୍ଡିଚା ଯାତ୍ରାର ୧୧ ଦିନ ପରେ ଚତୁର୍ଦ୍ଧାମୂର୍ତ୍ତି ଶନି ବାର ଅପରାହ୍ନ ରେ ନିଳାଦ୍ରି ବିଜେ କରିବେ। ସଂନ୍ଧ୍ୟା ଧୂପ ପରେ ରଥ ଉପରେ ଚାରମାଳ ବନ୍ଧା ଯାଇ ପ୍ରଭୁଙ୍କ ପହଣ୍ଡି ନିମନ୍ତେ ବ୍ୟବସ୍ଥା କରାଯିବ। ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡୋରୀ ଲାଗିବ।