ନକଲି ଜର୍ଦ୍ଦା କମ୍ପାନୀରେ ଚଢଉ, ଲକ୍ଷାଧିକ ଟଙ୍କାର ଜର୍ଦ୍ଦା ସହ ପ୍ୟାକିଂ ମେସିନ ଜବତ

158

କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର ବ୍ରାହ୍ମଣପଡ଼ାର ମୁଖ୍ୟ ରାସ୍ତା ଅଞ୍ଚଳରେ ଚୋରାରେ ଚାଲିଥିବା ଏକ ନକଲି ଜର୍ଦ୍ଦା କମ୍ପାନୀ ଉପରେ ଆଜି ଟାଙ୍ଗୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା, ଗୁଟଖା, ଖଇନି, ଶତାବରୀ ଓ ସର୍ପଏକ୍ସେଲ ପ୍ୟାକେଟ ଭର୍ତ୍ତି ପେଟି ଜବତ କରିଛି। ଦୀର୍ଘ ଦିନ ହେବ ଏକ ଘରେ ଏହି ନକଲି ଜର୍ଦ୍ଦା କାରବାର ଚାଲୁଥିବା ଟାଙ୍ଗୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ ପୋଲିସ ଫୋର୍ସ ସହିତ ଏହି କମ୍ପାନୀ ଉପରେ ଅଚାନକ ଚଢ଼ାଉ କରିଥିଲେ।ଚଢ଼ାଉ ବେଳେ ଏହି କାରବାର ର ମୁଖ୍ୟ କାର୍ପଟଦାର ଓ ସ୍ଥାନୀୟ ଗ୍ରାମର ସହଯୋଗୀ ମାନେ ଖସି ପଳାଇଥିଲେ। ପୋଲିସ ଏହି ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିବା ୮ ଜଣ କର୍ମଚାରୀ ଓ ମ୍ୟାନେଜରକୁ ମିଶାଇ ୯ଜଣକୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଅନେକ ଶିଶୁ ଶ୍ରମିକ ଥିବା ଜଣା ପଡିଛି । ଜର୍ଦ୍ଦା ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ମିକ୍ସର ମେସିନ, ଗ୍ରାଇଣ୍ଡର, ପ୍ୟାକିଂ ମେସିନ ଆଦି ସହିତ ବିପୁଳ ପରିମାଣର କଞ୍ଚା ମାଲ ଓ ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀର ମୂଲ୍ୟ କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେବ ବୋଲି ଜଣା ପଡିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।