ବାଇକ ଚୋର ଗିରଫ, ୩ ବାଇକ୍ ଜବତ |

134

କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ିରେ ବାଇକ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଚୋରି ଅଭିଯୋଗରେ ଗତ ୧୭ ତାରିଖରେ ଜଣେ ଯୁବକକୁ ଗିରଫ କରାଯିବା ସହ ତା ନିକଟରୁ ତିନୋଟି ବାଇକ୍ ଜବତ କରାଯାଇଥିବା ବେଳେ ପୁଣି ଗତକାଲି ଆଉ ଜଣେ ଯୁବକକୁ ଗିରଫ କରାଯାଇ ତା ନିକଟରୁ ମଧ୍ୟ ୩ ଖଣ୍ଡ ବାଇକ ଜବତ କରାଯାଇଛି । ଗିରଫ ଯୁବକ ହେଉଛନ୍ତି ପ୍ରଫୁଲ ନାୟକଙ୍କ ପୁଅ କାଳିଆ ଓରଫ ଦୀପକ ନାୟକ । ତାଙ୍କ ଘର ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମର । ତାଙ୍କୁ ପଚରା ଉଚୁରା କରାଯିବା ପରେ ଚୋରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ସୂଚନା ଯୋଗ୍ୟ, ତିହିଡ଼ିରେ ବାଇକ ଚୋରି ସହ ବାଇକରୁ ତେଲ ଚୋରି, ହେଲମେଟ୍ ଚୋରି ଆଦି ଘଟଣା ପ୍ରତିଦିନ ଘଟୁଛି । ବୁଧବାର ଅପରାହ୍ନରେ କାଁପଡ଼ା ଗ୍ରାମର ସଚ୍ଚିଦାନନ୍ଦ ମଲିକ ତାଙ୍କ ବାଇକରେ ହେଲମେଟ ରଖି ଦୋକାନକୁ ଯାଇଥିଲେ । ମାତ୍ର ୫ ମିନିଟ ମଧ୍ୟରେ ଫେରିବା ପରେ ହେଲମେଟଟିକୁ କେହି ଦୁର୍ବୁତ୍ତନେଇଯାଇଛି । ସେହିପରି ଘର ସମ୍ମୁଖରେ ରହୁଥିବା ବାଇକରୁ ମଧ୍ୟ ଦୁର୍ବୁତ୍ତମାନେ ତେଲ କାଢ଼ିନେଇ ପଳାଉଛନ୍ତି । ସେହିପରି ତିହିଡ଼ି ବଜାରରେ ସାଇକେଲ ମଧ୍ୟ ଚୋରି ହୋଇଯାଉଥିବା ନେଇ ପ୍ରତିଦିନ ଖବର ଶୁଣିବାକୁ ମିଳୁଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |