ଗୋ ଗ୍ରାମ ଗରିବ ମୁଦ୍ଦାନେଇ ନିର୍ବାଚନ ମୈଦାନରେ ବିକାଶ ଚନ୍ଦ୍ର ସାହୁ |

86

କଟକ (ଉତ୍କଳ ନ୍ୟୁଜ ) ୨୨-୦୪-୨୦୨୪ : ଗୋ ଗ୍ରାମ ଗରିବ ମୁଦ୍ଦାନେଇ ନିର୍ବାଚନ ମୈଦାନରେ ବିକାଶ ଚନ୍ଦ୍ର ସାହୁ । ପୂର୍ବତନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ବିକାଶ ଚନ୍ଦ୍ର ସାହୁ ସ୍ୱାଧୀନ ପାର୍ôଥ ଭାବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏହାରି ମଧ୍ୟରେ କଂଗ୍ରେସ ଫାଇଦା ନେବା ଲାଗି ତୈଆର ହେଉଥିବା ବେଳେ ବିକାଶଙ୍କ ସ୍ୱାଧିନଭାବେ ମୈଦାନରେ ଝାସ ଦେବା ଘଟଣା ସଂପ୍ରତି ବେଶ ଚର୍ଚ୍ଚା ହେଉଛି । ଗୋ ଆଧାରିତ ଗ୍ରାମ ବିକାଶ, ଗୋ ସମ୍ପତ୍ତିର ସୁରକ୍ଷା ଲକ୍ଷ୍ୟନେଇ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ସଂଘ ପରିବାରର ବିଚାର ଧାରାରେ କାର୍ଯ୍ୟ କରିବା ସହିତ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା, ଗୋ ବଂଶର ରକ୍ଷା କରିବା ଏବଂ ଗୋ ଚାଷ କରି ଜୀବିକା ନିର୍ବାହ କରିବା ଆଦି ଅନେକ ବାର୍ତ୍ତା ନେଇ ଆଗେଇ ଆସିଛନ୍ତି । ଜଣେ ସଚ୍ଚା ହିନ୍ଦୁଭାବେ ଦୀର୍ଘ ୨୦ ବର୍ଷ ଧରି ରାଷ୍ଟ୍ରିୟ ସ୍ୱୟଂ ସେବକ ପ୍ରଚାରକ ଭାବେ ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟ କରିଆସୁଛନ୍ତି । ଏଥିସହ ବଜରଙ୍ଗ ଦଳ ହେଉ ଅଥବା ବିଶ୍ୱ ହିନ୍ଦୁ ପରିଷଦର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ସୁସଜ୍ଜିତ ହୋଇ ପାରିଛନ୍ତି । ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରାଯାଉନଥିବାରୁ ବିଭିନ୍ନ ସମୟରେ ସମାଜରେ ବାଦାନୁବାଦ ସୃଷ୍ଟି ହେଉଛି । ଯାହାର ସମାଧାନ କରିବା ନିମନ୍ତେ ସେ ସ୍ୱାଧିନ ଭାବେ ପ୍ରାର୍ଥି ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ବିଗତ କିଛି ମାସ ହେବ ସାମାଜିକ ସଂଗଠକ ଭାବରେ ଗୋ-ଗ୍ରାମ ସେବା ଓ ଗୋ ସୁରକ୍ଷା ଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି ବିକାଶ । ଉକ୍ତ ସଂଗଠନରେ ୫ ଶହରୁ ଉର୍ଦ୍ଧ ସେବକଙ୍କ ପରାମର୍ଶକ୍ରମେ ସ୍ୱାଧିନ ଭାବେ ରାଜନୀତି ମୈଦାନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ଆରଏସଏସ, ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନଙ୍କ ସହଯୋଗ ପାଇବେ ବୋଲି ଦୃଢୋକ୍ତି ସହ ପ୍ରକାଶ କରିଛନ୍ତି । ଏତତ୍‌ବ୍ୟତିତ ସ୍ଥାନୀୟ ଲୋକଙ୍କ ଭଲ ପାଇବା ତାଙ୍କୁ ଏକ ବିକଶିତ ସମାଜ ଗଠନରେ ସହାୟକ ହେବ ବୋଲି ସେ ବେଶ ଆଶାବାଦୀ ଅଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |