"ପରିବର୍ତ୍ତନ" ନାବାଳକ ନିଶା ମୁକ୍ତି ଓ ପୁନର୍ବାସ କେନ୍ଦ୍ର ର ୯ ଜଣ ଅନ୍ତେବାସୀ ବିଦ୍ୟାଳୟ ଶିକ୍ଷା ଗ୍ରହଣ |

299

କଟକ (ଉତ୍କଳ ନ୍ୟୁଜ ) ୨୨-୦୪-୨୦୨୪ : ଆଜି ଓଡିଶା କଟକ ଚୌଦ୍ୱାର ରେ ଥିବା ର ଏକମାତ୍ର ନିଶା ସେବନ କାରୀ ନାବାଳକ ଙ୍କ ନିମନ୍ତେ ଥିବା "ପରିବର୍ତ୍ତନ" " କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର" ର ୯ ଜଣ ଅନ୍ତେବାସୀ ଆଜି ଶୁଭ ଦିବସ ରେ ବିଦ୍ୟାଳୟ ଶିକ୍ଷାଦାନ ନିମନ୍ତେ ସ୍ଥାନୀୟ ଜନ୍ମେଞ୍ଜୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନାମ ଲେଖାଇଲେ l ସୂଚନା ଯୋଗ୍ୟ ଯେ ଏହି ପରିବର୍ତନ ନିଶା ମୁକ୍ତି ଓ ପୁନର୍ବାସ କେନ୍ଦ୍ର ଟି ଓଡିଶା ର ଏକମାତ୍ର ନିଶାସେବନ କରୁଥୁବା ନାବାଳକ ଭବିଷ୍ୟତ ଗଠନ ପାଇଁ ଉଦିଷ୍ଟ l ତେଣୁ ଏହି କେନ୍ଦ୍ର ରେ ବର୍ତମାନ ଓଡିଶା ର ପ୍ରାୟତ ଜିଲ୍ଲା ରୁ ୨୬ ଜଣ ରହୁଥିବା ସମୟ ରେ ସୁସ୍ଥ ହୋଇ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସମୟ ରେ ବର୍ତ୍ତମାନ ୨ ୩ ଜଣ ଅନ୍ତେବାସୀ କେନ୍ଦ୍ର ରେ ଅଛନ୍ତି l ସମୁଦାୟ 18 ଜଣ ଅନ୍ତେବାସୀ ଧୀରେ ଧୀରେ ପରିବର୍ତନ ହେବା ସହ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଛନ୍ତି l ଏହି ସଫଳତା ର ଶ୍ରେୟ କେନ୍ଦ୍ର ଦାୟିତ୍ୱ ରେ ଥିବା ପ୍ରିୟଙ୍କା ଦାସ, ବଦ୍ରି ନାରାୟଣ ଅଧିକାରୀ ଓ ସୁବ୍ରତ ତ୍ରିପାଠୀ ଙ୍କୁ ଦିଆଯିବ ବୋଲି କେନ୍ଦ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନରୋତ୍ତମ ଦାସ ପ୍ରକାଶ କରିଛନ୍ତି l ଏହି କେନ୍ଦ୍ର ଟି ଅନ୍ତେବାସୀ ଙ୍କୁ ସମ୍ପୂର୍ଣ ଦେୟମୁକ୍ତସେବା ଯୋଗାଇ ଆସୁଛି l ଏହି କେନ୍ଦ୍ର କୌଣସି ସରକାରୀ ସୁବିଧା ପାଇ ନାହିଁ l ଚୌଦ୍ୱାର ଅଞ୍ଚଳ ରେ ଏହି ଭଳି ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରି ଏକ ସାମଜିକ ସଂଗଠନ ଦ୍ୱାରା ପରିଚାଳିତ "ପରିବର୍ତନ" "କିଶୋର ନିଶା ମୁକ୍ତି ଓ ପୁନର୍ବାସ କେନ୍ଦ୍ର" ର ଉଜ୍ୱଳ ଭବିଷ୍ୟତ କାମନା କରି ଚୌଦ୍ୱାର ର ବୁଦ୍ଧିଯିଵୀ ତଥା ଉପଦେଷ୍ଟା ମଣ୍ଡଳୀ ଙ୍କ ମଧ୍ୟରୁ ଶିକ୍ଷାବିତ ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାନ୍ତି,ଆଇନୀଜିବି ମନ୍ଦାକିନୀ ଜେମା, ବସୁନ୍ଧରା ନିର୍ଦ୍ଧେଶିକା ଶୈଳ ବେହେରା, ଚୌଦ୍ୱାର ହିନ୍ଦ ସେବକ ସଙ୍ଘ ର ସଭାପତି ଦାମୋଦର ସାହୁ, ଉତ୍କଳ ସେବକ ସମାଜ ନିର୍ଦେଶକ ଅମୀୟ କୁମାର ବିଶ୍ୱାଳ ଓ କ୍ଲାପ ଆଇନି ସେବା ସଂସ୍ଥା ନିର୍ଦେଶକ ବିକାଶ ଦାସ ଓ ଉଦ୍ଧାର ଫାଉଣ୍ଡେସନ ଅଧ୍ୟକ୍ଷା ଭାରତୀ ଦାସ ପ୍ରମୁଖ ଧନ୍ୟବାଦ ଜଣାଇ ଥିଲେ ଲ