ଅଟୋରେ ୬ ଗୋରୁ ଚାଲାଣ, ଗାଡ଼ି ଜବତ, ୨ ଗିରଫ |

65

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୪ : ବିଭିନ୍ନ ସଂଗଠନର ବିରୋଧ ସତ୍ୱେ ଗୋରୁଗାଈମାନଙ୍କୁ ଅତି ନିର୍ଦୟ ଭାବରେ ଗାଡ଼ିରେ ଚାଲାଣ କରାଯାଉଛି । ତେବେ ଗତକାଲି ରାତ୍ରିରେ ଏକ ୩ ଚକିଆ ଅଟୋରେ ୬ ଗୋଟି ଗୋରୁଙ୍କୁ ଗୋଟିଏ ଉପରେ ଗୋଟିଏ ଲଦି ନିଆଯାଉଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡି ପୁଲିସ ଚଢ଼ଉ କରି ଗାଡ଼ିଟିକୁ ଜବତ କରିଛି । ପାଳିଆ ଗ୍ରାମ ନିକଟରେ ଗାଡ଼ିକୁ ଧରା ଯାଇଥିଲା । ଗୋରୁ ଗୁଡ଼ିଙ୍କୁ ସିମୁଳିଆ ଗୋଶାଳା ଜିମା ଦିଆଯାଇଛି । ଗୁଜିଦରଡ଼ା ନସିରବାଗ ଅଞ୍ଚଳର ଇଶାକ ଓରଫ ସେକ କାଲିମୁଦ୍ଦିନ ଓ ଚନ୍ଦୁ ଓରଫ ସେକ ମୁସ୍ତାକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ ।