ପୂର୍ବତନ ପିସିସି ସମ୍ପାଦକ ଦେବରୂପ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ |

61

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୪: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ର ବରିଷ୍ଠ ନେତା, ପୂର୍ବତନ ପିସିସି ସମ୍ପାଦକ ଦେବରୁପ ମହାନ୍ତିଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶକୁ ପିସିସି(ରାଜ୍ୟ କଂଗ୍ରେସ)ପ୍ରତ୍ୟାହାର କରିଛି । ପିସିସିର ବରିଷ୍ଠ ଉପ ସଭାପତି ଶିବାନନ୍ଦ ରାୟ ତାଙ୍କ କାର୍ଯ୍ୟାଳୟ ନିର୍ଦେଶନାମରେ ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ଜଣେ ଟାଣୁଆ ଯୁବନେତା ତଥା ସକ୍ରିୟ ସଂଗଠକ ଭାବେ ପରିଚିତ ଶ୍ରୀ ମହାନ୍ତିଙ୍କୁ ରାଜ୍ୟ କଂଗ୍ରେସ କମିଟି ସମ୍ପାଦକ ଭଳି ଗୁରୁଦାୟିତ୍ୱ ନ୍ୟସ୍ତ କରିଥିଲା । ନିଲମ୍ବନ ପରେ ବି ଶ୍ରୀ ମହାନ୍ତି ଅନ୍ୟ ରାଜନୈତିକ ଦଳରେ ଯୋଗଦାନ କରି ନଥିଲେ । ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ରାଜ୍ୟ କଂଗ୍ରେସ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ଥିବାରୁ ସେ ପିସିସି କମିଟି, ଜିଲ୍ଲା କଂଗ୍ରେସ କମିଟିର ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଭଦ୍ରକରୁ ସଞ୍ଜୟ ସଞ୍ଜୟ ଦାସଙ୍କ ରିପୋର୍ଟ ।