ବିଜେଡି ଓ ବିଜେପିଙ୍କୁ କଡ୍ଡା ଟକ୍କର ଦେବାକୁ ଅମିୟ ପ୍ରସ୍ତୁତ |

82

କଟକ (ଉତ୍କଳ ନ୍ୟୁଜ ) ୧୭-୦୪-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ କଂଗ୍ରସ ପକ୍ଷରୁ ଅମିୟ ମହାପାତ୍ର ପ୍ରାର୍ଥି ହୋଇଛନ୍ତି । ବିଳମ୍ବ ହେଲେ ମଧ୍ୟ ଦଳ ପକ୍ଷରୁ ଜଣେ ଦକ୍ଷ ରାଜନେତା ଭାବେ ନିର୍ବାଚନୀ ମୈଦାନରେ ପାଦ ଥାପିବାକୁ ସୁଯୋଗ ଦେଇଛନ୍ତି । ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଲୁଚକାଳି ଖେଳ । ପ୍ରତିଦୋନ୍ଦିତା ନୁହେଁ ବରଂ ସେମାନଙ୍କ ମଧ୍ୟରେ ଚାଲିଛି ବନ୍ଧୁତ୍ୱପୂର୍ଣ୍ଣ ଲଢେଇ । ଯିଏ ଜିତିବ ସିଏ ଦଳର । ମେଣ୍ଟ ସିନା ହେଲାନି ହେଲେ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିଛି । ଏହି ବୁଝାବଣା ସର୍ବଦା ରହି ଆସୁଛି ଏବଂ କୋଟି କୋଟି ସରକାରୀ ଟଙ୍କାକୁ ଆତ୍ମସାତ୍ କରିବାରେ ସକ୍ଷମ ହୋଇ ଆସୁଛନ୍ତି । ମାତ୍ର ସାଂପ୍ରତିକ ସ୍ଥିତି ବଦଳିବା ସହିତ ଭୋଟର ମଧ୍ୟ ସଚେତନ ହେଲେଣି । ଏଥର କଂଗ୍ରେସକୁ ସମର୍ଥନ ମିଳିବ ଏବଂ ରାଜ୍ୟରେ ଏକ ଦୂର୍ନୀତିମୁକ୍ତ ସରକାର ଗଢିତୋଳିବା ଲକ୍ଷ୍ୟନେଇ ଆଗେଇ ଆସିଛନ୍ତି ବୋଲି ତିହିଡି ବ୍ଲକ ପୀରହାଟସ୍ଥିତ ବାସନ୍ତୀ ଦୁର୍ଗା ଦର୍ଶନ ଅବସରରେ ପ୍ରାର୍ଥି ଅମିୟ ମହାପାତ୍ର ସୂଚନା ଦେଇଛନ୍ତି । ୨୦୧୪ ନିର୍ବାଚନରେ ଯେଉଁ ପରିମାଣରେ ସମର୍ଥନ ମିଳିଥିଲା, ୨୦୧୯ ଯଦିଓ ଆଶାନୁରୂପ କମ୍ ମିଳିଥିଲା ହେଲେ ପରିବର୍ତ୍ତନ ସ୍ୱରରେ ଏଥର କଂଗ୍ରେସ ଭଲ ଭୋଟ ପାଇବ ବୋଲି ଆଶାବାଦି ଅଛନ୍ତି । ଅନ୍ୟପଟେ ଦଳ ମଧ୍ୟରେ କୌଣସି ବାଦାନୁବାଦ ନାହିଁ ଏବଂ କେତେକ ନିର୍ଦ୍ଦଷ୍ଟ ନିନ୍ଦୁକ ଦଳକୁ ବଦନାମ କରିବା ଉଦ୍ଦେଶ୍ୟରେ ଦଳୀୟ କନ୍ଦଳ ଥିବା ଆକ୍ଷପ କରୁଛନ୍ତି ବୋଲି କହିଛନ୍ତି । ନିର୍ବାଚନ ମଣ୍ଡଳୀର ବିକାଶର ଲକ୍ଷ୍ୟନେଇ ଦଳ ପ୍ରଚାର ମୈଦାନରେ ଝାସ ଦେବାକୁ ଯାଉଛି ଏବଂ ଉଭୟ ବିଜେଡି ଓ ବିଜେପିଙ୍କ କଡ୍ଡା ଟକ୍କା ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦିଗମ୍ବର ଦାସ, ସୁଦର୍ଶନ ବେହେରା, ସର୍ବେଶ୍ୱର ବାରିକ, ରାମକୃଷ୍ଣ ପାଣିଗ୍ରାହୀ, ଗୟାଧର ପାଣ୍ଡବ, ବୁଲୁ ସାହୁ, ଅଭିମନ୍ୟୁ ସେଠୀ, ସନାତନ ଦାସ, ସୁକୁମାର ପାଣିଗ୍ରାହୀ, ରତ୍ନାକର ବେହେରା, ମଧୁସୂଦନ ବେହେରା, ସମୟ ବେହେରା, ମନୋଜ ବେହେରା, ଅକ୍ଷୟ ସାହୁ, ରଞ୍ଜନ ମହାନ୍ତି, ଅଜୟ ବେହେରା, ଭକ୍ତହରି ମହାପାତ୍ର, ଗଣେଶ ଦାସ, ସୁରଥ ବେହେରା, ତେରଲୀ ସାହାଜୀ, ଜଡା ଖାନ୍ ଓ ଉମଦ୍ ସାହାଜୀ ପ୍ରମୁଖ ଶତାଧିକ ଛାମୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |