କାଁପଡାରେ ବାବା ସାହେବ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ |

83

କଟକ (ଉତ୍କଳ ନ୍ୟୁଜ ) ୧୭-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ବାସୁଳୀ କମିଟି ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବାସୁଳୀ ପଡିଆରେ ଅବସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସଭାରମ୍ଭ ହୋଇଥିଲା । ଅଜୟ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥିମାନେ ଯୋଗଦେଇ ବାବା ସାହେବଙ୍କ ଭାରତ ବର୍ଷ ପାଇଁ ଅବଦାନ ଓ ଅବହେଳିତ ଦଳିତ ସମାଜ ପାଇଁ ତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ଏ ଜାତି ଓ ଦେଶ ବାବା ସାହେବଙ୍କୁ ସର୍ବଦା ମନେ ରଖିବ ବୋଲି ମତପ୍ରକାଶ ପାଇଥିଲା । ବାସୁଳୀ କମିଟିର ସଭାପତି ଇନ୍ଦ୍ରମଣି ଦାସ, ଆନନ୍ଦ ଚନ୍ଦ୍ର ଦାସ, ନିରାକାର ଦାସ, ଗୋପାଳ ଚନ୍ଦ୍ର ଦାସ, ଅଜୟ ଦାସ, ଶରତ ଦାସ, କମଳାକାନ୍ତ ଦାସ, ପ୍ରଣବ ଦାସ, ସୁଧାକର ଦାସ, ବିଷ୍ଣୁମୋହନ ମଳିକ, ରମାକାନ୍ତ ଦାସ ଓ ଅକ୍ଷୟ ଦାସ ସ୍ମତିଚାରଣ କରିଥିଲେ । ପୂର୍ବଦିନ ଏକ ପରିକ୍ରମା ରଥ ଜରିଆରେ ଲୋକଙ୍କୁ ସଚେତନ କରାଯାଇଥିଲା । ସୂର୍ଯ୍ୟମଣି ଦାସ, ସାଗର ଦାସ, ଦୋଳଗୋବିନ୍ଦ ଦାସ, ସୁମନ୍ତ ଦାସ, ପ୍ରବୋଧ, ଟୁକୁନା, ଶ୍ରୀକାନ୍ତ, ବିଶ୍ୱଜିତ, ଗାଙ୍ଗୁ, ପିଣ୍ଟୁ ଓ ବାପୁ ପ୍ରମୁଖ ଯୁବଗୋଷ୍ଠି ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।