ସାରଦାନଗର ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପବିତ୍ର ଶ୍ରୀ ରାମନବମୀ ଉତ୍ସବ ପାଳିତ |

293

କଟକ (ଉତ୍କଳ ନ୍ୟୁଜ ) ୧୭-୦୪-୨୦୨୪ : ଆଜି ପବିତ୍ର ଶ୍ରୀ ରାମନବମୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଙ୍କ ଜନ୍ମଦିନ । ଏହି ଉତ୍ସବ କୁ ସାରା ଭାରତ ବର୍ଷ ମହା ଆଡ଼ମ୍ବରରେ ପାଳନ କରାଯାଏ।ଗାଁ ଠୁ ସହର ଯେଉଁ ଠୀ ବି ପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର ଅଛି ସବୁ ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ସାରଦାନଗର ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପବିତ୍ର ଶ୍ରୀ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି | ଛାତ୍ରଛାତ୍ରୀ ମାନେ ପାଇକରାପୁର ଗ୍ରାମ ସ୍ଥିତ ହନୁମାନ ମନ୍ଦିର ରେ ଶ୍ରୀ ରାମ ଙ୍କ ପୂଜାର୍ଚନା କରିବା ସହ , ରାମ , ଲକ୍ଷ୍ମଣ , ସୀତା, ହନୁମାନ ଆଦି ବେଶ ରେ ସଜ୍ଜିତ ହୋଇ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରି ପବିତ୍ର ରାମନବମୀ ଉପଲକ୍ଷେ ବାର୍ତ୍ତା ବହନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଗୁରୁଜୀ , ଗୁରୁମା ସହ ୧୩ ନମ୍ବର ୱାର୍ଡ କାଉନସିଲର ସୁଜାତା ସାହୁ , ତ୍ରିଲୋଚନ ମହାନ୍ତି , ପ୍ରଶାନ୍ତ ସାହୁ , ସରୋଜ ମଲ୍ଲିକ , ବସନ୍ତ ଦାସ , ପ୍ରକାଶ ସ୍ୱାଇଁ, ଅଞ୍ଜନ ନାୟକ , ଦିଲୀପ ସ୍ୱାଇଁ , ଶ୍ରୀକାନ୍ତ ଦାସ , ସନ୍ତୋଷ ବେହେରା , ଙ୍କ ସହ କାଉନସିଲର ଙ୍କ ପ୍ରତିନିଧି ନଗେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସମ୍ପାଦନା କରିଥିଲେ |