ମହା ବିଶୁବ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଗୋପାଳଭକ୍ତଙ୍କ ଜଳଲାଗି |

36

କଟକ (ଉତ୍କଳ ନ୍ୟୁଜ ) ୧୩-୦୪-୨୦୨୪ : ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବ୍ୟପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ୱାରା ଜଳଲାଗି କରୁଛନ୍ତି । ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଭୋର୍ ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା । ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ୱାରା ଜଳଲାଗି କରିଥିଲେ । ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁଷ୍ଠିତ ହେବ । ପ୍ରତି ସୋମବାର ସହସ୍ରାଧିକ ଗୋପାଳଭକ୍ତ ଜଳାଭିଷେକ କରିବା ସହ ମାନସିକଧାରୀ ଭକ୍ତ ବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |