ହନୁମାନ ମନ୍ଦିର ଭାଙ୍ଗିଥିବା ଅଭିଯୋଗରେ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆ ଗିରଫ୍ |

52

କଟକ (ଉତ୍କଳ ନ୍ୟୁଜ ) ୧୨-୦୪-୨୦୨୪ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ଫକିରପୁର ଚଢେଇଖିଆ ପଡିଆରେ ଅବସ୍ଥାପିତ ହନୁମାନ ମନ୍ଦିର ଭାଙ୍ଗିଥିବା ଅଭିଯୋଗରେ ଅଭିଯୁକ୍ତ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆ ଗିରଫ୍ ଗିରଫ୍ । ବାପି ଡାଙ୍ଗୁଆଙ୍କ ଏପରି ଘୃଣ୍ୟ କାମ ବିରୋଧରେ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ବସିଥିଲେ ଯାହାକୁ ନେଇ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ସୂଚନା ମୁତାବକ, ହନୁମାନ ଜୟନ୍ତୀ ପାଳନ ପାଇଁ ମନ୍ଦିର ନିର୍ମାଣ ପାଇଁ ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି । ଏନେଇ ମନ୍ଦିରର ଚୂଳ ମାରିବା ଲାଗି ରାଜମିସ୍ତ୍ରୀ ଇଟା ମଧ୍ୟ ଯୋଡି ସାରିଛି । ମାତ୍ର ରାଜନୈତିକ ତଥା ବ୍ୟକ୍ତିଗତ ଆକ୍ରୋଶ ପ୍ରଦର୍ଶନ କରି ବାପି ଡାଙ୍ଗୁଆ ସେଠାକୁ ଯାଇ ସିଡି ମାଧ୍ୟମରେ ମନ୍ଦିର ଉପରକୁ ଚଢି ସର୍ବ ସମ୍ମୁଖରେ ଯୋଡେଇ ଇଟାକୁ ଭାଙ୍ଗିବା ସହିତ ଗୋଡରେ ତଳକୁ ଖସେଇ ଦେଇଥିଲା । ଏଥିସହ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ହୋହାଲ୍ଲା ମଧ୍ୟ କରିଥିଲା । ମନ୍ଦିର ଭଙ୍ଗାଗଲା ଆଉ ଯଦି ନିର୍ମାଣ କରିବ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ସଂଧ୍ୟାରେ ଥାନାରେ ଅଭିଯୋଗ କରିବା ପରେ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ଉଗ୍ରରୂପ ନେଇଥିଲା ଏବଂ ରାତି ପ୍ରାୟ ୧୦ ଘଟିକା ସମୟରେ ଶତାଧିକ ଗ୍ରାମବାସୀ ପୀରହାଟ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । କେବଳ ସେତିକି ନୁହେଁ ଟାୟାର ଜାଳି ଅଭିଯୁକ୍ତ ବିରୋଧରେ ନାରାବାଜି କରିବା ସହିତ ପୋଲିସ କର୍ମକର୍ତ୍ତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗକୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳର ବହୁ ଲୋକେ ଧାରଣାରେ ସାମିଲ ହୋଇଥିଲେ । ଅଭିଯୁକ୍ତକୁ ଗିରଫ୍ ନକରିବା ପର୍ଯ୍ୟନ୍ତ ଏପରି ନାରାବାଜି ଚାଲୁ ରହିବ ଏବଂ ଯାହା କ୍ଷତି ହେବ ସେଥିପାଇଁ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନି ଦେଇଥିଲେ । ମଧ୍ୟରାତ୍ରରେ ଆଇଆଇସି ଅଜୟ ମୁର୍ମୁ ପ୍ରମୁଖ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସହ ମନ୍ଦିର କମିଟିର ସଭାପତି ପଞ୍ଚାନନ ନାୟକଙ୍କ ଏତଲା କ୍ରମେ ଅଭିଯୁକ୍ତ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆଙ୍କ ବିରୋଧରେ ଦଫା ୨୯୪, ୪୨୭ ଓ ୫୦୬ ମୂଳେ ଏକ ମାମଲା ୮୭/୨୪ ରୁଜୁ କରିବା ସହିତ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ୍ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାତ୍ର ପ୍ରାୟ ୨ ଘଟିକା ସମୟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟାଶୀଳ ହେବା ସହିତ ଶୁକ୍ରବାର ସକାଳ ପ୍ରାୟ ୯ ଘଟିକା ମଧ୍ୟରେ ଅଭିଯୁକ୍ତ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆକୁ ଗିରଫ୍ କରିଛି । ତେବେ ଡାକ୍ତରୀ ମାଇନା ପରେ କୋର୍ଟରେ ହାଜର କରାଯାଥିଲା ଏବଂ ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ତାଙ୍କର ବେଲ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁୁ ପଠେଇ ଦିଆଯାଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |